ପୁଣି ବିବାଦରେ ଫେସବୁକ୍‌, ଫୋନ କ୍ୟାମେରାରେ ଇନଷ୍ଟାଗ୍ରାମ ୟୁଜର୍ସଙ୍କର ଗୁଇନ୍ଦାଗିରି କରୁଥିବା ଅଭିଯୋଗ

ଫେସବୁକ୍‌ ଏବେ ଅନେକ ବିବାଦକୁ ନେଇ ଚର୍ଚ୍ଚାରେ। ପୁଣି ଥରେ ଫେସବୁକକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଫେସବୁକ୍‌ରେ ଇନଷ୍ଟାଗ୍ରାମ ୟୁଜର୍ସଙ୍କଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ମାମଲା ଦାଏର କରାଯାଇଛି।

ରିପୋର୍ଟ ମୁତାବକ, ନ୍ୟୁ ଜର୍ସିର ଜଣେ ଇନଷ୍ଟାଗ୍ରାମ ୟୁଜର ଫେସବୁକ ଉପରେ ମାମଲା ଦାଏର କରିଛନ୍ତି। ଆଉ ସେ ତାଙ୍କ ଅଭିଯୋଗରେ କହିଛନ୍ତି, ଫେସବୁକ ବିନା ଅନୁମତିରେ ୟୁଜର୍ସଙ୍କ ଫୋନକୁ ଆକ୍ସେସ କରୁଛି। ଠିକ୍‌ ସେତିକି ବେଳେ କ୍ୟାମେରାର ବ୍ୟବହାର ୟୁଜର ଦ୍ୱାରା କରାଯାଉନାହିଁ। କମ୍ପାନୀ ଏପରି ଡାଟା ସଂଗ୍ରହ କରିବା ପାଇଁ କରୁଛି। ଏହି ମାମଲା ସାନ ଫ୍ରାନ୍ସସିକୋର ଫେଡରଲ କୋର୍ଟରେ ଦାଖଲ କରାଯାଇଛି।

gb

ଗତ ମାସରେ ଫେସବୁକ ବିରୋଧରେ ଏକ କେସ ଦାଖଲ ହୋଇଥିଲା। ଯେଉଁଥିରେ କମ୍ପାନୀ ୧୦୦ ମିଲିୟନ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ବାୟୋମେଟ୍ରିକ ଡାଟାକୁ ଭୁଲଭାବେ ଚୋରି କରିବା ପାଇଁ ଫେଶିଆଲ ରେକଗ୍ନିଜେସନ ଟେକନୋଲଜିର ବ୍ୟବହାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.