ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ରୋହିତ ଦେଲେ ଏପରି ବୟାନ, କହିଲେ ଏହି ଟିମ୍‌ ବିପକ୍ଷରେ ଖେଳିବାକୁ ମଜା ମଜା ଲାଗେ

ଆଇପିଏଲ୍‌ ସିଜିନ ୧୩ର ଓପନିଂ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବ। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ରୋହିତଙ୍କ ଟିମ୍‌ ଏବଂ ଧୋନୀଙ୍କ ଟିମ୍‌ ମଧ୍ୟରେ କଡାକଡି ଟକ୍କର ହେବ। ଠିକ୍‌ ଖେଳ ପୂର୍ବରୁ ରୋହିତ ନିଜର ମନ କଥା କହିଛନ୍ତି। ରୋହିତ କହିଛନ୍ତି କି, ସବୁବେଳେ ଧୋନୀଙ୍କ ଟିମ୍‌ ବିପକ୍ଷରେ ଖେଳିବାକୁ ପସନ୍ଦ କରନ୍ତି ।

ଗତ ଆଇପିଏଲ୍‌ ସିଜିନରେ ଏହି ଦୁଇ ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ହାସଲ କରିଥିଲେ। ଚତୁର୍ଥ ଥର ପାଇଁ ମୁମ୍ବାଇ ଆଇପିଏଲ୍‌ ଟ୍ରଫି ହାସଲ କରିଥିଲା। ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଟ୍ଵିଟର ପେଜରେ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ରୋହିତ କହିଛନ୍ତି , ଚେନ୍ନାଇ ବିପକ୍ଷରେ ଖେଳିବା ସବୁବେଳେ ମଜାଦାର ରହିଥାଏ, ଆମେ ଏହି ଲଢେଇର ମଜା ଉଠାଇଥାଉ।

ଏହାଛଡା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କହିଛନ୍ତି, ସବୁଠାରୁ ଅଧିକ ପସନ୍ଦ କରୁଥିବା ଦୁଇଟି ଟିମ୍‌ରେ ମଧ୍ୟରେ ଆଜି ମୁକାବିଲା। ଯାହାକୁ ଫ୍ୟାନ ଚାହିଁ ରହିଥାନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ଏପରି ଦୁଇଟି ଟିମ୍‌ ଯାହାର ଅଧିକ ଫ୍ୟାନ ରହିଛନ୍ତି। ସେଥିପାଇଁ ଆଜି ମ୍ୟାଚ ଧମାକେଦାର ହେବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.