Below header

ମୁଁ IIC କହି ମଦ ନିଶାରେ ଚୂର ହୋଇ ସାମ୍ବାଦିକଙ୍କୁ ମାଡ ମାରିଲେ ପୋଲିସ ବାବୁ

ଜଗତସିଂହପୁର (କେନ୍ୟୁଜଓଡିଶା) : ବର୍ତ୍ତମାନ ଦିନକୁ ଦିନ ବଢିଚାଲିଛି ଅପରାଧ । ଆଉ ଏମିତି ଅପରାଧ ଘଟୁଛି ଯେ , ସବୁ ରହିଯାଉଛି ସସ୍ପେନ୍ସରେ । କେବଳ ଅପରାଧୀମାନେ ନୁହେଁ , ଆମ ଚାରିପାଖେ ଭଦ୍ରମୁଖା ପିନ୍ଧା ଏମିତି ବି ଲୋକେ ଅଛନ୍ତି ଯେଉଁମାନେ ଅପରାଧୀଠାରୁ ବି କିଛି କମ ନୁହଁନ୍ତି । ଯେମିତି ଏଇ ପୋଲିସ ଅଫିସର ଜଣକ । କିଛି ଦିନ ପୂର୍ବରୁ ସରିଛି ଓଡିଶା ସାମ୍ବାଦିକ ଦିବସ । ଯିଏ କି ଦୁନିଆର ସବୁ ସତ ଖବରକୁ ଆପଣଙ୍କ ପାଖରେ ପହଞ୍ଚାଇ ଥାଆନ୍ତି । କିନ୍ତୁ ସମାଜର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ସାମ୍ବାଦିକଙ୍କୁ ପୋଲିସ ବାବୁ ଜଣଙ୍କ ଆକ୍ରମଣ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ମେରାଇନ ଥାନା ଅଧିକାରୀ ଅଜୟ ଚନ୍ଧ୍ର ମୁଦୁଲି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ନିଶାଗ୍ରସ୍ତ ଅବସ୍ଥାରେ ଆକ୍ରମଣ କରିବା ସହ କ୍ୟାମେରାକୁ ଫୋଫାଡ଼ିବାକୁ ଉଦ୍ୟମ କରିଥିବା ଓ ଜନସାଧାରଣଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଜ କରୁଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଆଇଆଇସି ଅଜୟ ଚନ୍ଦ୍ର ମୁଦୁଲି ବଜ଼ାର ନିକଟରେ ନିଶାଶକ୍ତ ଅବସ୍ଥାରେ ପଡ଼ିଥିବା ବେଳେ କାର୍ଯ୍ୟରତ ସାମ୍ବାଦିକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆଉ ଭିଡ଼ିଓ ଉତ୍ତୋଳନ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।

ବନ୍ଦର ଅଞ୍ଚଳରେ ବ୍ରାଉନ ସୁଗାର ମଦ ଆଡାସ୍ଥଳୀ ଜମୁଥିବା ବେଳେ, ଆଇଆଇସିଙ୍କୁ କିଛି ମଦ ବେପାରୀ ନିଶାଗ୍ରସ୍ତ ଅବସ୍ଥାରେ ଉଦ୍ଧାର କରି ନେଇଥିଲେ। ଏଭଳି ଘଟଣାକୁ ଜିଲ୍ଲା ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି ଓ ବାରମ୍ବାର ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଯୋଗୁଁ ସରକାର ଏଥିପ୍ରତି ଆଇନ ଆଣିବାକୁ ଦାବି କରିଛନ୍ତି। ଏହାସହ ଆଇଆଇସିଙ୍କ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.