Below header

ସରକାରୀ ଗାଡ଼ିରେ ମଦ୍ୟପ ଡ୍ରାଇଭର, ବାଇକ ଚାଳକଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଉତ୍ତେଜନା

ଭୁବନେଶ୍ବର(କେନ୍ୟୁଜ୍): ଆଜି ସନ୍ଧ୍ୟାରେ ଭାରତ ସରକାର ଲେଖା ଥିବା ଗାଡ଼ିରେ ଜଣେ ଯୁବକ  ନିଶାଶକ୍ତ ହୋଇ  ବେପରୁଆ ଭାବେ ଗାଡ଼ି ଚଳାଇ  ସ୍ଥାନୀୟ ହାଉସିଂ ବୋର୍ଡ ଛକ(କ୍ୟାପିଟାଲ ମସଜିଦ) ନିକଟରେ ଜଣେ  ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲେ । ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସ୍ଥାନୀୟ ଲୋକ ମାନେ ସମ୍ପୃକ୍ତ ନିଶାଗ୍ରସ୍ତ ଗାଡି ଚାଳକକୁ ଅଟକ ରଖି ପୋଲିସକୁ ଖବର ଦେବା ସମୟରେ ଚାଳକ ଜଣକ ଖସି ଯିବାକୁ ଉଦ୍ୟମ କରିବାରୁ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ସମୟରେ ପିସିଆର ଭ୍ୟାନ ପହଞ୍ଚି ସମ୍ପୃକ୍ତ ଗାଡି ସହିତ ଚାଳକକୁ ଖାରବେଳ ନଗର ଥାନାକୁ ନେଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.