ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨୩୧୭ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨୩୧୭ ଜଣ ଆକ୍ରାନ୍ତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।   ଆଜିର ସୁସ୍ଥଙ୍କୁ ମିଶାଇ  ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାର ୫୨୬ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରେ ଆଜି ୪୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀରୁ ୧୫୦, ବାଲେଶ୍ୱରରୁ ୧୪୯, ମୟୂରଭଂଜରୁ ୧୨୨, ଯାଜପୁରରୁ ୯୯, ଜଗତସିଂହପୁରରୁ ୯୬, ଭଦ୍ରକରୁ ୯୩, ନୟାଗଡ଼ରୁ ୭୨, କେନ୍ଦୁଝରରୁ ୬୦ ଓ ଅନୁଗୁଳରୁ ୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୫୭, କେନ୍ଦ୍ରାପଡ଼ାରୁ ୫୬, ଢେଙ୍କାନାଳରୁ ୪୮, କୋରାପୁଟରୁ ୪୨, ରାୟଗଡ଼ାରୁ ୩୮, ମାଲକାନଗିରିରୁ ୩୪, ସମ୍ବଲପୁରରୁ ୨୪, କନ୍ଧମାଳରୁ ୨୩, ସୁବର୍ଣ୍ଣପୁରରୁ ୧୨, ବୌଦ୍ଧରୁ ୧୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୮, ଗଂଜାମରୁ ୬, ନବରଂଗପୁରରୁ ୫, ଦେବଗଡ଼ରୁ ୪, ବରଗଡ଼ ଓ ଗଜପତିରୁ ୩ ଜଣ ଲେଖାଏଁ, ବଲାଙ୍ଗୀରରୁ ୨, ନୂଆପଡ଼ାରୁ ଜଣେ ଏବଂ ରାଜ୍ୟପୁଲରୁ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.