ରାୟଗଡ଼ା: ଦୁଇ ବର୍ଷର ଝିଅ ନାକରେ ବଢୁଛି ମାଂସ ପିଣ୍ଡୁଳା, ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ଦୁଇ ବର୍ଷର କୁନି ଝିଅ ନାକରେ ବଢୁଛି ମାଂସ ପିଣ୍ଡୁଳା । ଆଖି ଘୋଡେଇ ହେବାକୁ ବସିଲାଣି । ରାୟଗଡା ଜିଲ୍ଲା ରମନାଗୁଡା, ନାରାୟଣ ଗୁଡା ଗାଁର ଜୟନ୍ତୀ ବିଡିକାଙ୍କ ଝିଅର ଏଭଳି ଅବସ୍ଥା । ସ୍ୱାମୀଙ୍କୁ ହରାଇବା ପରେ ୮ ଜଣ ଛୁଆଙ୍କୁ ଧରି ମୂଲ ଲାଗି ପରିବାର ପୋଷନ୍ତି ଜୟନ୍ତୀ । ଝୁମ୍ପୁଡି କୁଡିଆ ଘରେ ଦିନ ବିତେ । ସରକାରୀ ସୁବିଧା କହିଲେ ମିଳୁଛି ବିଧବା ଭତ୍ତା ଓ ଟଙ୍କିକିଆ ଚାଉଳ । ସେପଟେ ଝିଅର ଏପରି ଅବସ୍ଥା ବୋଝ ଉପରେ ନଳିତା ବିଡା ପରି ହୋଇଛି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଗତବର୍ଷ ଜିଲ୍ଳାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପରେ ରେଡକ୍ରସ ପାଣ୍ଠିରୁ ୭ ହଜାର ଟଙ୍କା ସହାୟତା ଦିଆଯାଇଥିଲା । କଟକ ମେଡିକାଲରେ ଝିଅର ଚିକିତ୍ସା କରାଯାଇଥିଲା । ଏବେ ପୁଣି ଝିଅଟିର ନାକରେ ମାଂସ ପିଣ୍ଡୁଳା ବଢୁଛି । ଚିକିତ୍ସା ପାଇଁ ସହାୟତା ଲୋଡିଛନ୍ତି ଜୟନ୍ତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.