Below header

‘ଜୋନ୍‌ ଅଫ୍‌ ସାଇଲେନ୍ସ’ର ରହସ୍ୟ ଜାଣନ୍ତୁ, ଆପଣ ବି ସେଠାକୁ ଗଲେ କୌଣସି ଜିନିଷ କାମ କରିବ ନାହିଁ

ମେସ୍କିକୋ ସହରରେ ଏମିତି ଏକ ଜାଗା ରହିଛି, ଯାହା ‘ଜୋନ୍‌ ଅଫ୍‌ ସାଇଲେନ୍ସ’ ନାଁରେ ବେଶ୍‌ ଜଣାଶୁଣା। ଏହି ଜାଗା ବହୁତ ଅଜବ ଅଟେ। ଏଠାରେ ପହଞ୍ଚିଲେ ଦୁନିଆର ସବୁ ବୈଦ୍ୟୁତିକ ଉପକରଣ ବନ୍ଦ ହୋଇଯାଏ। ଏପରି କି, ରେଡିଓ ସିଗନାଲ୍‌ ମଧ୍ୟ ମିଳି ନ ଥାଏ। ଆଜି ପଯ୍ୟର୍ନ୍ତ ଏହି ରହସ୍ୟକୁ କେହି ଉନ୍ମୋଚନ କରିପାରିନାହାନ୍ତି। ତେବେ ଏହି ଜାଗାକୁ ନେଇ ଅନେକ ଲୋକଙ୍କର ଅନେକ ମତ ରହିଛି। ଜାଗାଟି ସେହି ସମୟରେ ସାମ୍ନାକୁ ଆସିଥିଲା, ଯେବେ ୧୯୩୮ ମସିହାରେ ଏଠାରେ ଏକ ଉଲକାପିଣ୍ଡ ଖସିଥିଲା। ଏହାପରେ ୧୯୫୪ରେ ମଧ୍ୟ ଆଉ ଏକ ଉଲକାପିଣ୍ଡ ଏହି ଜାଗା ଉପରେ ପଡ଼ିଥିଲା। ସେବେଠାରୁ ଲୋକେ ଦାବି କରନ୍ତି ଯେ ଜାଗାଟି ବହୁତ ଅଦ୍ଭୁତ ଅଟେ।

zoneofsilence

ଏହାସହ ପଢନ୍ତୁ: କ୍ୟାମେରାରେ କଏଦ ହେଲା ‘କୁସିନୀ’ର ରାଗ, ଦେଖନ୍ତୁ କିପରି କାରକୁ ୩ ଥର ଓଲଟାଇ ଦେଉଛି

zon1

୧୯୭୦ ମସହା ଜୁଲାଇରେ ନ୍ୟୁ ମେସ୍କିକୋରେ ହ୍ଵାଇଟ୍‌ ସ୍ୟାଣ୍ଡସ୍‌ ମିଶାଇଲ ରେଞ୍ଜରୁ ଲଞ୍ଚ ହୋଇଥିବା ଏଥେନା ଟେଷ୍ଟ୍‍ ରକେଟ୍‌ ନିଜ ନିୟନ୍ତ୍ରଣ ହରାଇ ବସିଥିଲା। ଆଉ ତାହା ମାପିମି ଡେଜର୍ଟ ରିଜିଅନ୍‌ରେ ଖସି ପଡ଼ିଥିଲା। ଯେତେବେଳେ ବୈଜ୍ଞାନିକମାନେ ସେହି ସ୍ଥାନରେ ପହଞ୍ଚିଥିଲେ, ସେମାନେ ଏହା ଦେଖି ଆଶ୍ଚଯ୍ୟର୍ ହୋଇଥିଲେ କି କମ୍ପାସ୍‌ ଏବଂ ଜିପିଏସ୍‌ ଅଜବ ଢଙ୍ଗରେ ଘୂର୍ଣ୍ଣନ କରୁଛି। ୧୯୬୬ରେ ଏହି ସ୍ଥାନକୁ ‘ଜୋନ୍‌ ଅଫ୍‌ ସାଇଲେନ୍ସ’ ନାଁରେ ନାମକରଣ କରାଯାଇଥିଲା। ଯେବେ ଏକ ତୈଳ କମ୍ପାନୀ ତେଲର ସନ୍ଧାନରେ ସେଠାକୁ ଯାଇଥିଲା ଏବଂ ଶ୍ରମିକମାନେ ୫୦ କିଲୋମିଟର ଅଞ୍ଚଳ ମଧ୍ୟରେ ନିଜ କାମ ଆରମ୍ଭ କରିଥିଲେ, ସେତେବେଳେ ସେମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। କାରଣ, ସେମାନଙ୍କ ସମସ୍ତ ଇଲେକ୍ଟ୍ରୋନିକ୍‌ ଉପକରଣ କାମ କରିବା ବନ୍ଦ କରିଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.