ହୀରାକୁଦର ଉପରମୁଣ୍ଡରେ ବର୍ଷାର ସମ୍ଭାବନା ଥିବାରୁ ଖୋଲିଲା ହୀରାକୁଦର ୨ଟି ଗେଟ

ପ୍ରଥମ ପର୍ଯ୍ୟାୟରେ ୨ଟି ଗେଟ ଦେଇ ୩୨ହଜାର ଘନଫୁଟ ଜଳ ନିଷ୍କାସନ ହେବ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୨୮ ଫୁଟ ଜଳ ରହିଛି l ଯଦି ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଏ ତେବେ ଅଧିକ ଗେଟ ଖୋଲଯିବ ବୋଲି ହୀରାକୁଦ ଡ୍ଯାମ ମୁଖ୍ୟଯନ୍ତ୍ରୀ କହିଛନ୍ତି ।

ସମ୍ବଲପୁର(କେନ୍ୟୁଜ୍): ଖୋଲିଲା ହୀରାକୁଦର ୨ଟି ଗେଟ। ହୀରାକୁଦର ଉପରମୁଣ୍ଡରେ ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାର ଗେଟ ଖୋଲାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ବଡ଼ ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାରର ଜଳସ୍ତର ସ୍ଥିର ରଖିବାକୁ ଗେଟ ଖୋଲାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୨ଟି ଗେଟ ଦେଇ ୩୨ହଜାର ଘନଫୁଟ ଜଳ ନିଷ୍କାସନ ହେବ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୨୮ ଫୁଟ ଜଳ ରହିଛି l ଯଦି ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଏ ତେବେ ଅଧିକ ଗେଟ ଖୋଲଯିବ ବୋଲି ହୀରାକୁଦ ଡ୍ଯାମ ମୁଖ୍ୟଯନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.