Below header

ଘରୁ ବାହାରି ହଠାତ୍‌ ମଶାଣୀକୁ ଦୌଡିଲା ପୁଅ, କିନ୍ତୁ କାହିଁକି

ଦଶ ଏଗାର ବର୍ଷର ପୁଅଟି ତଳେ ଗଡୁଛି ଆଉ ବିକଟାଳ ଚିତ୍କାର କରୁଛି । ପିଲାଟିର ନିକଟରେ ରହିଛି ଧୂପକାଠି ଫୁଲ ଆଉ ସିନ୍ଦୁର ।

ଖୋର୍ଦ୍ଧା (କେନ୍ୟୁଜ) : ଘରୁ ବାହାରି ହଠାତ୍‌ ମଶାଣୀକୁ ଦୌଡିଲା ପୁଅ । ଆଉ ତାପଛରେ ଦୌଡିଲେ ପରିବାର ଲୋକ ଓ ଗ୍ରାମବାସୀ । କିନ୍ତୁ ସେମାନେ ମଶାଣୀକୁ ପହଁଚି ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସି ପଡିଲା । ଦଶ ଏଗାର ବର୍ଷର ପୁଅଟି ତଳେ ଗଡୁଛି ଆଉ ବିକଟାଳ ଚିତ୍କାର କରୁଛି । ପିଲାଟିର ନିକଟରେ ରହିଛି ଧୂପକାଠି ଫୁଲ ଆଉ ସିନ୍ଦୁର । ପିଲାଟିର ଚାରିଆଖେ ବିଛାଡି ହୋଇପଡିଛି ସିନ୍ଦୁର । ନିଜ ପୁଅର ଏପରି ଅବସ୍ଥା ଦେଖି ସହିପାରିଲେନି ପରିବାର । ଆଉ ବୁଝି ବି ପାରୁନଥିଲେ ଯେ ଘରୁ ହାଠତ୍‌ ଏପରି ମଶାଣିକୁ ଦଉଡିଆସି ପୁଅ ଏମିତି ହଉଛି କାହିଁକି । ରାତିରେ ପୁଣି ମଶାଣିରେ ଏମିତି ଚିତ୍ର ଦେଖି ସମସ୍ତେ ଭୟରେ ଥରହର ହେଉଥିଲେ । କିନ୍ତୁ ପୁଅଟିକୁ ଏପରି ଅବସ୍ଥା ଦେଖି ମନବି ହେଉଥିଲା ବ୍ୟଥିତ । ତେବେ ଆପଣ କଣ ଭାବୁଛନ୍ତି କାହିଁକି ଏପରି ପିଲାଟି ରାତିଅଧର ମଶାଣୀକୁ ଆସଛି ଓ ତାସହିତ କଣ ହୋଇଛି ଯେ ସାନ ପିଲାଟି ହୋଇ ବି ମଶାଣୀକୁ ଏମିତି ଏକା ଦୌଡିପଳାଇ ଆସିଛି । ଆଉ ରାତିରେ ମଶାଣୀରେ ଏମିତି ଧୂପ ଚନ୍ଦନ ସିନ୍ଦୁର ଫୁଲ ଏଠି କିଏ ରଖିଲା? କଣ ପାଇଁ ଏମିତି ଆୟୋଜନ ହୋଇଥିଲା । ବଳି ପାଇଁ ନଥିଲା ତ ଯୋଜନା ।

ଖୋର୍ଦ୍ଧା ଦଧିମାଛଗାଡ଼ିଆରେ ଗୁଣି ଗାରେଡି ସନ୍ଦେହ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସଦର ଥାନା ଅଧିନ ଦଧିମାଛଗାଡ଼ିଆ ଗ୍ରାମରେ ରବିବାର ଦିନ ରାତିରେ ମଶାଣି ନିକଟରେ ପିଲାଟି ଘରୁ ବାହାରି ଆସି ମଶାଣି ନିକଟକୁ ଆସିଥିଲା ତା ପଛରେ ଗ୍ରାମର ବ୍ୟକ୍ତି ମାନେ ଆସିଥିଲେ । କିନ୍ତୁ ହଟାତ କେହି କିଛି ବୁଝିପାରିନଥିଲେ ସେହି ନିକଟରେ ଧୂପକାଠି ଫୁଲ ଚନ୍ଦନ ରଖାଯାଇଥିବା ସ୍ଥାନରେ କିଛି ସମୟ ପର୍ଯ୍ୟନ୍ତ ତଳେ ପିଲାଟି ଗଡ଼ିବାରେ ଲାଗିଥିଲା । କେହିବି ସେହି ଯୁବକକୁ ଧରୁନଥିଲେ କେବଳ ଭିଡିଓ କରୁଥିଲେ। ତେବେ ଏହାର କେତେ ସତ୍ୟତା ତାହା ଜଣା ପଡିନଥିବା ବେଳେ ମୋବାଇଲ କୁ ମୋବାଇଲ ଭିଡ଼ିଓଟି ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଛି ।

ସ୍ଥାନୀୟ ଅଞ୍ଚଳରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି । ଗତ କିଛି ଦିନ ଧରି ଦଧିମାଛଗାଡ଼ିଆରେ ଶ୍ମଶାନରେ ଗାଁ’ର ଜନୈକ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ନେଇ ପ୍ରଚାର ହୋଇଥିଲା। ଏହାପରେ ଅନତୀ ଦୂରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ୩-୪ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବିଚିତ୍ର ବ୍ୟବହାର କରିଥିଲେ। ଗତକାଲି ରାତିରେ ଜଣେ ୯ମ ଶ୍ରେଣୀ ଛାତ୍ର ଘରେ ଶୋଇଥିବା ସମୟରେ ହଠାତ୍‌ ଶ୍ମଶାନକୁ ଦୌଡ଼ି ପଳାଇଥିଲା। ଏହା ଦେଖି ଘର ଲୋକ ତା ପଛରେ ଶ୍ମଶାନ ନିକଟରେ ପହଞ୍ଚିଥିଲେ। ସେଠାରେ ଅର୍ଦ୍ଧଚେତନ ଅବସ୍ଥାରେ ଛାତ୍ରଜଣକ ମାଟିରେ ଗଡ଼ୁଥିବା ଦେଖି ବଳିପାଇଁ ଆଣିଥିବା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ବାଡ଼େଇଥିଲେ। ଯାହାପରେ ବ୍ୟକ୍ତି ଜଣକ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋଲି ଥାନା ଅଧିକାରୀ କହିଛନ୍ତି । ଏହାକୁ ଦେଖି ଗ୍ରାମର ପିଲା ମାନେ ସ୍କୁଲ ଯିବା ବନ୍ଦ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗତ ଦୁଇଦିନ ଧରି ଖୋର୍ଦ୍ଧା ତହସିଲଦାର ଏବଂ ସ୍ଥାନୀୟ ପୋଲିସ ଗ୍ରାମକୁ ଯାଇ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ଦୁଇ ଦିନ ହେବ କିଛି କିଛି ପିଲା ସ୍କୁଲ ଯାଇଥିବା ଦେଖିବାକୁ ମିଳିଛି ।

ତେବେ ବାରମ୍ବାର ସଚେତନ କରିବା ସତ୍ତ୍ୱେ ଆଜି ବି ଆମ ସମାଜରେ ବଳି ପ୍ରଥା ତାର ଅସ୍ତିତ୍ୱ ଜାହିର କରିଚାଲିଛି । ଏଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷ କେଉଁଭଳି ଭାବରେ ଫଳପ୍ରଦ ହେଉଛନ୍ତି ତାହା ଆମକୁ ଜଣାନାହିଁ । କିନ୍ତୁ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ନିଶ୍ଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.