Below header

ରୂପେଲୀ ସହରରେ ଧୂମ ଜମୁଛି ନକଲି ବେପାର, ଆଜି ପୁଣି ଗୁଆ ଘିଅ ନାମରେ ବଜାରକୁ ଛାଉଥିବା ଅପମିଶ୍ରିତ ଘିଅ କମ୍ପାନୀ ସିଜ୍

କଟକ(କେନ୍ୟୁଜ୍):  କମିଶନରେଟ ପୋଲିସ ସିଲ କଲା ୧୯ ତମ ନକଲି କମ୍ପାନୀ। ନକଲି ସସ୍,ନକଲି ମସଲା,ନକଲି ଘିଅ ବିକ୍ରିର ପେଣ୍ଠସ୍ଥଳ ହୋଇଛି କଟକ ସହର। ଅଧିକ ଲାଭ ଆଶାରେ ସାଧାରଣ ଲୋକଙ୍କ ବିଶ୍ୱାସ ଓ ଜୀବନ ସହିତ ଖେଳ ଖେଳୁଛନ୍ତି ଅସାଧୁ ବ୍ଯବସାୟୀ।ଗୋଟିଏ ଜିନିଷ ତିଆରିକରିବାକୁ ଅନୁମତି ନେଇ ଚଳାଇଛନ୍ତି ଦୁଇ ଚାରୋଟି କମ୍ପାନୀ

gheeନକଲି କାରବାରକୁ  ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ସିଲ ହେଉଛି ଗୋଟିଏ ପରେ ଗୋଟିଏ ନକଲି କମ୍ପାନୀ ।ଆଜି ACPଶୁଭ ନାରାୟଣ ମୁଦୁଲି ଙ୍କ ନେତୃତ୍ୱରେ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ତତ୍ୱବଧନରେ ଜବତ ହୋଇଛି କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କାର ଅପମିଶ୍ରିତ ଘିଅ କମ୍ପାନୀ ।

ବାଦାମବାଡ଼ି ଥାନା ଅଞ୍ଚଳରେ ପିଠାପୁର ମୁନ ଲାଇଟ ଲେନଠାରେ  ଦୁର୍ଗା ଉଦ୍ୟୋଗ ନାମରେ ଚାଲିଥିବା ଏହି କମ୍ପାନୀ ଉପରେ ଚଢ଼ାଉ କରି କମିଶନରେଟ ପୋଲିସ ସିଲ କରିଛି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ। ଏହା ସହିତ ପ୍ରସ୍ତୁତି କାଯ୍ଯରେ ଲାଗିଥିବା ୧୦ ରୁ ଅଧିକ ଯନ୍ତ୍ରାଂଶ ସିଜ୍ କରାଯାଇଛି । ସବୁଠାରୁ ବଡ଼ କଥା ଆଜିଯାଏଁ ଜବତ ହୋଇଥିବା ସମସ୍ତ କମ୍ପାନୀ ଜନଗହଳି ପୂର୍ଣ୍ଣ ଅଞ୍ଚଳ ତଥା ବଜାର ଉପରେ ବେଧଡକ ଚାଲିଥିବା ବେଳେ କେମିତି ଟେର ପାଇଲାନି କମିଶନରେଟ ପୋଲିସ ବା ଲାଇସେନ୍ସ ପ୍ରଦାନକାରୀ ବିଭାଗ ତାକୁ ନେଇ ପ୍ରଶ୍ନ ଉଠିଛି।

ତେବେ ଓଜନ ମାପ ବିଭାଗର ସୂଚନା ଅନୁଯାୟୀ କମ୍ପାନୀର କୋଣସି ମେସିନ ମାନ୍ୟତା ପାଇନାହିଁ   ।ଓଜନରେ ଗ୍ରହକଁଙ୍କୁ ଠକୁଛନ୍ତି ମୁନଫାଖୋର ବ୍ଯବସାୟୀ । ଆଜି ପର୍ଯ୍ଯନ୍ତ ୧୯ ଟି କମ୍ପାନୀ ଜବତ କରାଯାଇଥିବା ବେଳେ ଜଣେ ଲୋକଙ୍କୁ ଗିରଫ କରାଯିବ ସହିତ ଚଢ଼ାଉ ଏବଂ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି କଟକ ଡିସିପି ।

 

ସେପଟେ ଏହି ଅସ୍ସାଧୁ ବ୍ଯବସାୟୀ ଜବତ କରିବାକୁ ଅଣ୍ଟା ଭିଡିଥିବା କମିଶନରେଟ ପୋଲିସ ସିଲ ସଂଖ୍ଯା ୧୯ରେ ପହଁଚିଥିବା ବେଳେ ସାଧାରଣ ଲୋକେ ଅସଲି ଆଉ ନକଲିର ଦ୍ବନ୍ଦ ଭିତରେ ଛନ୍ଦି ହୋଇଗଲେଣି । ଅସଲି ବ୍ରାଣ୍ଡ ଭିତରେ ନକଲି ଘିଅ ପୁରାଇ ଲୋକଙ୍କ ଭାବନା ଆଉ  ସ୍ବାସ୍ଥ୍ୟ ସହିତ ଖେଳ ଯାଉଥିଲା ସାଂଘାତିକ ଖେଳ ।   ଯାହାର ଲକ୍ଷ ଲକ୍ଷ  ଟଙ୍କାର ଆସବାବପତ୍ର ସହିତ କେମିକାଲସ,ଡାଲଡ଼ ଘିଅ,ରଙ୍ଗ,ଏସେନ୍ସ,ଖାଲି ଡ଼ବା ୧୦ରୁ ଉର୍ଦ୍ଧ୍ବ ଯନ୍ତ୍ରାଂଶ ।ଡାଲଡା ଘିଅ ସହିତ ପାମୋଲିନ ତେଲ ଆଉ ତାହା ସହିତ ରଙ୍ଗ ଏସେନ୍ସ ଆଉ କେମିକଲସ ମିଶାଇ ତିଆରି ହେଉଥିଲା ଏହି ଦୁର୍ଗା ଘିଅ ।

କେବଳ ଜାଳେଣି ଘିଅ ନୁହେଁ ଏଠି  ପକୋଡା ମସଲା ମଧ୍ୟ ତିଆରି ହେଉଥିଲା  ହେଉଥିଲା । କିନ୍ତୁ ଜାଳେଣି ଘିଅ ପ୍ରସ୍ତୁତ ପାଇଁ କୌଣସି ଲାଇସେନ୍ସ ପ୍ରଦାନ କରାଯାଉନାହିଁ ଏବଂ ଘିଅ ଗୋଟିଏ ଦୁଗ୍ଧ ଜାତ ଦ୍ରବ୍ଯ ହୋଇଥିବାରୁ ଜାଳେଣି ଘିଅ ବୋଲି ଘିଅର କୌଣସି ବିଭାଗିକରଣ ନାହିଁ ବୋଲି କହିଛନ୍ତି ଖାଦ୍ୟ ସରକ୍ଷା ଅଧିକାରୀ ସତ୍ୟବ୍ରତ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.