ରାଶନ କାର୍ଡଧାରୀଙ୍କୁ ମିଳିବ ୨୫୦୦ ଟଙ୍କା ! ୨.୫ କୋଟି ଲୋକ ଉଠାଇବେ ଫାଇଦା, ଜାଣନ୍ତୁ କେଉଁ ରାଜ୍ୟ ସରକାର କଲେ ଘୋଷଣା

ରାଶନ କାର୍ଡଧାରୀଙ୍କୁ ମିଳିବ ୨୫୦୦ ଟଙ୍କା। ଏହି ସ୍କିମର ଫାଇଦା ୨.୫ କୋଟି ଲୋକଙ୍କୁ ମିଳିବ। ଏଭଳି ନିଷ୍ପତ୍ତି ନେଇଛନ୍ତି ତାମିଲନାଡ଼ୁ ରାଜ୍ୟ ସରକାର। ତେବେ ସରକାର ଏହି ନିଷ୍ପତ୍ତି ପୋଙ୍ଗଲ ପର୍ବକୁ ନଜରରେ ରଖି ହିତାଧିକାରୀଙ୍କୁ ଭେଟି ଦେଇଛନ୍ତି। ଏହି ପ୍ରୋତ୍ସାହନ ରାଶି ୪ ଜାନୁଆରୀରୁ ବଣ୍ଟାଯିବ, ଯେପରି ସବୁ ଲୋକ ଫସଲ ଉତ୍ସବକୁ ଖୁସିରେ ପାଳନ କରିପାରିବେ।

ration2

ଏହି ପ୍ୟାକେଜ ଅଧୀନରେ ସରକାର କାର୍ଡ ଧାରକଙ୍କୁ ଏକ କିଲୋ ଚାଉଳ, ଚିନି, କିଶମିଶ, କାଜୁ, ଗୁଜୁରାତି, ଏକ କପଡ଼ା ବ୍ୟାଗ ଏବଂ ଏକ କେନ ବିଲକୁଲ ମାଗଣାରେ ଦେବେ। ସରକାର ଗତ ବର୍ଷ ମଧ୍ୟ ସାଧାରଣ ଜନତାଙ୍କୁ ଚାଉଳ କିଣିବା ପାଇଁ ଏକ ହଜାର ଟଙ୍କା ଦେଇଥିଲେ। ଚଳିତବର୍ଷ ୧୫୦୦ ଟଙ୍କା ବଢ଼ାଇ ୨୫୦୦ ଟଙ୍କା କରିଦେଇଛନ୍ତି।

tamilnadu

ପୋଙ୍ଗଲ ୧୪ ଜାନୁଆରୀରେ ପାଳନ ହେବ। ସୂଚନାଥାଉ କି, AIADMK ସରକାର ୨୦୧୪ରେ ରାଜ୍ୟବାସୀଙ୍କ ପାଇଁ ୧ କିଲୋ ଚାଉଳ ଏବଂ ୧ କିଲୋ ଚିନି ସହିତ ୧୦୦ ଟଙ୍କା ଦେବା ବ୍ୟବସ୍ଥା ଆରମ୍ଭ କରିଥିଲେ। ୨୦୧୮ରେ ଏହି ରାଶିକୁ ବଢ଼ାଇ ୧୦୦୦ ଟଙ୍କା କରାଯାଇଥିଲା ଏବଂ ଏବେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏହାକୁ ବଢାଇ ୨୫୦୦ ଟଙ୍କା କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.