ଦେଶରେ ଜାନୁଆରୀରୁ ଆରମ୍ଭ ହେବ କରୋନା ଟିକାକରଣ, ଏମିତି ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ :  ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଲାଣି । ସମସ୍ତେ କରୋନା ଟିକାକୁ ଚାହିଁ ବସିଛନ୍ତି । ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଦେଶବାସୀଙ୍କୁ ଦେଇଛନ୍ତି ଏକ ଖୁସି ଖବର । ଆସନ୍ତା ଜାନୁଆରୀ ମାସରୁ ଦେଶରେ କରୋନା ଟିକା ଦେବା ଆରମ୍ଭ ହେବ ବୋଲି ଏମିତି କହିଛନ୍ତି ମନ୍ତ୍ରୀ ହର୍ଷବର୍ଦ୍ଧନ ।

ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଦେଶରେ ପ୍ରଥମେ ୩୦ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ । ଏହି ୩୦ କୋଟିଙ୍କ ଭିତରେ ଅଛନ୍ତି ୧ କୋଟି ସ୍ୱାସ୍ଥ୍ୟ କର୍ମୀ, ୨ କୋଟି ଫ୍ରଣ୍ଟ ଲାଇନ୍‌ ଓ୍ଵାର୍କର୍ସ, ୫୦ ବର୍ଷରୁ ଅଧିକ ବୟସ୍କ ୨୬ କୋଟି ଲୋକ ଏବଂ ୫୦ ବର୍ଷରୁ କମ୍‌ ବୟସ୍କ ୧ କୋଟି ଲୋକ ଯେଉଁମାନଙ୍କର କୈାଣସି ରୋଗ ରହିଛି ।

ଶ୍ରୀ ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ ସରକାର ଟିକାର ଗୁଣବତ୍ତା, ସୂରକ୍ଷା ଓ ଏହାର ନିଶ୍ଚିତତା ଦିଗ ପ୍ରତି କୈାଣସି ଅବହେଳା କରିବେନାହିଁ । ଟିକାର ଉପଯୁକ୍ତ ପରୀକ୍ଷା ପରେ ହିଁ ଏହା ଲୋକଙ୍କୁ ଦିଆଯିବ ବୋଲି ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।

ଦେଶରେ ଗତ ଗୋଟିଏ ଦିନରେ ୨୪,୩୩୭ ନୂଆ କରୋନା ମାମଲା ଆସିଛି । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧,୦୦,୫୫,୫୬୦ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧,୪୫,୮୧୦ ରେ ପହଞ୍ଚିଥିବା ଜଣାଯାଇଛି ବୋଲି ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.