Below header

ବାସୋପଯୋଗୀ ସହର ଭୁବନେଶ୍ୱର, ଇଜ ଅଫ୍ ଲିଭିଂ ସିଟି ତାଲିକାରେ ରାଜଧାନୀର ସ୍ଥାନ ୧୮

ଭୁବନେଶ୍ୱର : ରାଜଧାନୀ ପାଇଁ ଆଉ ଏକ ସଫଳତା । ବାସୋପଯୋଗୀ ସହର ଭୁବନେଶ୍ୱର । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ସର୍ଭେରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ୱର । ଦେଶର କେଉଁ ସହର ଲୋକଙ୍କ ପାଇଁ ଭଲ ରହିବା ଉପଯୋଗୀ, ତାହା ଜାଣିବା ପାଇଁ ସର୍ଭେ କରାଯାଇଥିଲା । ଏଥିରେ ଦେଶର ୧୧୧ଟି ସହରର ସଂସ୍ଥାଗତ, ସାମାଜିକ ବ୍ୟବସ୍ଥା, ଅର୍ଥନୀତି ଏବଂ ଭିତ୍ତିଭୂମିକୁ ନେଇ ମାର୍କ ଦିଆଯାଇଛି । ଏହି ସର୍ଭେ ଅନୁସାରେ ପୁଣେ ସବୁଠୁ ବାସୋପଯୋଗୀ ସହର ହୋଇଥିବାବେଳେ ସ୍ମାଟ ସିଟି ଭୁବନେଶ୍ୱର ୧୮ତମ ସ୍ଥାନରେ ରହିଛି ।

ସଂସ୍ଥାଗତ ସର୍ବେକ୍ଷଣରେ ଭୁବନେଶ୍ୱର ୨୫ ନମ୍ବରରେ ଥିବାବେଳେ ସାମାଜିକ କ୍ଷେତ୍ରରେ ୧୩, ଅର୍ଥନୈତିକ କ୍ଷେତ୍ରରେ ୧୮ ଓ ବାସ୍ତବ କ୍ଷେତ୍ରରେ ୧୯ତମ ସ୍ଥାନରେ ରହିଛି। ସେହିପରି ଯାତ୍ରୀ ପରିବହନ କ୍ଷେତ୍ରରେ ୧୦ ନମ୍ବର ସ୍ଥାନ ଅଧିକାର କରିଛି ଭୁବନେଶ୍ୱର। ଶିକ୍ଷାରେ ୧୧ତମ ସ୍ଥାନରେ ଥିବାବେଳେ ସୁରକ୍ଷା ଓ ନିରାପତ୍ତା ପ୍ରଦାନରେ ୧୭ତମ ସ୍ଥାନରେ ରହିଛି। ଓଡ଼ିଶାର ଅନ୍ୟତମ ସହର ରାଉରକେଲା ୮୭ତମ ସ୍ଥାନରେ ରହିଛି । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଇଜ୍ ଅଫ୍ ଲିଭିଂ ସୂଚକାଙ୍କ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.