Below header

ରାଜ୍ୟରେ ୮ ବର୍ଷ ମଧ୍ୟରେ ବିଏସଏଫ୍ ହାସଲ କରିଛି ଅନେକ ସଫଳତା

ଭୁବନେଶ୍ବର : ରାଜ୍ୟରେ ୮ ବର୍ଷ ମଧ୍ୟରେ ବିଏସଏଫ୍ ଅନେକ ସଫଳତା ହାସଲ କରିଛି । ଏହା ଭିତରେ ରହିଛି ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ସୁରକ୍ଷା ବ୍ୟବସ୍ଥା । ରାଜ୍ୟରେ ବିଏସଏଫର ୪ଟି ୟୁନିଟ୍ ମୁତୟନ ଅଛନ୍ତି । ଏଥିରୁ ମାଲକାନଗିରିରେ ୨ଟି ଓ କୋରାପୁଟରେ ୨ଟି ୟୁନିଟ ରହିଛି । ନକ୍ସଲ ଦମନ କ୍ଷେତ୍ରରେ ବିଏସଏଫର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏବେ ସ୍ୱାଭିମାନ ଅଞ୍ଚଳରେ ବିଏସଏଫ୍ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି । ନିର୍ମାଣାଧୀନ ରାସ୍ତାର ସୁରକ୍ଷା ତଥା ବିକାଶର ଧାରାକୁ ତ୍ୱରାନ୍ଵିତ କରିବାରେ ବିଏସଏଫର କାର୍ୟ୍ୟ ପ୍ରଶଂସନୀୟ । ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଆସିବାରେ ବିଏସଏଫର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ୩୯୦ଟି ଆଇଡିକୁ ନିଷ୍କ୍ରିୟ କରିବାରେ ବିଏସଏଫ୍ ଯବାନଙ୍କର ଏକ ପ୍ରମୁଖ ସଫଳତା ବୋଲି ବିଏସଏଫ୍ ଆଇଜି ଅଶ୍ୱିନୀ କୁମାର ସିଂହ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ନେଇ ବିଏସଏଫ୍ ଆଇଜିଙ୍କ ସହ ଆଲୋଚନା କରିଛନ୍ତି ଆମ ଇନପୁଟ୍ ହେଡ୍ ପି. ହେମନ୍ତ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.