ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ, ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ବର : ଆସନ୍ତାକାଲି ସ୍ୱାଧୀନତା ଦିବସ । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଡା ସୁରକ୍ଷା ବଳୟ ଭିତରେ ରହବ ମାହାତ୍ମା ଗାନ୍ଧୀ ମାର୍ଗ । ସୁରକ୍ଷା ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ । ୧୫୦ଜଣ ପୋଲିସ ଅଫିସର ଦାୟିତ୍ୱରେ ରହିବେ । ସିସିଟିଭି ନଜରରେ ରହିବ ପୂରା ଲୋୟର ପିଏମଜି । ଷ୍ଟେସନ, ବିମାନବନ୍ଦର, ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।

ଅନ୍ୟପଟେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ଫାଇନାଲ ରିହର୍ସାଲ୍ ଶେଷ ହୋଇଛି । ଆଜି ବିଶ୍ରାମ ଦିବସ । ଏଥର ୩୯ ଟ୍ରୁପ୍ ପରେଡରେ ସାମିଲ ହେବେ । ନୂଆ ଦଳ ଭାବେ ପଶ୍ଚିମବଙ୍ଗ ପୋଲିସ ଓ ମର୍ଚାଣ୍ଟ ନ୍ୟାଭି ଭାଗ ନେବେ । ମୁଖ୍ୟ ଆକର୍ଷଣ ହେବ ଡେୟାର ଡେଭିଲ ସୋ’ । ୭ଟି ବୁଲେଟରେ ଯୁବକ ଓ ୫ଟି ବୁଲେଟ୍ରେ ଯୁବତୀଙ୍କ ଷ୍ଟଣ୍ଟ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.