Below header

ଗୋଲ୍ଡେନ୍ ଲ୍ୟାଣ୍ଡ ଡେଭଲପର କାର୍ଯ୍ୟାଳୟରେ ସରିଲା ଇଡିର ଚଢ଼ାଉ, ପ୍ରାୟ ୧ କୋଟି ଟଙ୍କା ଜବତ

ସରିଲା ED ରେଡ। ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଆଗକୁ ଏହାର ପରିମାଣ ବଢିବା ସମ୍ଭାବନା ରହିଛି  । ୯୦୦ କୋଟିର ଠକେଇ କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କାର୍ଯ୍ୟାଳୟ ଉପରେ ଗତକାଲି ସକାଳୁ ହୋଇଥିବା ରେଡ ଆଜି ଭୋରରୁ ସରିଛି ।

ଭୁବନେଶ୍ୱର (କେନ୍ୟୁଜ) : ସରିଲା ED ରେଡ। ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଆଗକୁ ଏହାର ପରିମାଣ ବଢିବା ସମ୍ଭାବନା ରହିଛି  । ୯୦୦ କୋଟିର ଠକେଇ କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କାର୍ଯ୍ୟାଳୟ ଉପରେ ଗତକାଲି ସକାଳୁ ହୋଇଥିବା ରେଡ ଆଜି ଭୋରରୁ ସରିଛି ।

ଭୁବନେଶ୍ୱର, ଛତ୍ରପୁର, ଦିଗପହଣ୍ଡି ସମେତ ୨୦ଟି ସ୍ଥାନରେ ଚଢାଉ କରିଥିଲା ଇଡି ଟିମ୍ । ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ସମେତ କିଛି କର୍ମକର୍ତ୍ତାଙ୍କ ଘରେ ବି ଚଢ଼ାଉ କରିଛନ୍ତି ତଦନ୍ତକାରୀ ଦଳ । ଲୋଭନୀୟ ସ୍କିମ ଦେଖାଇ ଲୋକଙ୍କୁ ଟଙ୍କା ଠକେଇ କରିଛି ଏହି ଚିଟଫଣ୍ଡ ସଂସ୍ଥା । ଦିଲ୍ଲୀଠାରେ ରହିଛି କଂପାନୀର ପଞ୍ଜିକୃତ ଅଫିସ । ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍ ୭ ଜାନୁୟାରୀ ୧୯୯୮ରେ ଦିଲ୍ଲୀ ଠାରେ ପଞ୍ଜୀକୃତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.