ଚେହେରାରେ ଚମକ ଆଣିଥାଏ ବେସନରେ ତିଆରି ଏହି ୬ଟି ସ୍କ୍ରବ୍, ଯାହାକୁ ଘରେ ତିଆରି କରିବା ବହୁତ ସହଜ

ଯଦି ମୁହଁରେ ବେସନ ଲଗାଇବେ, ତାହେଲେ ଏହା କେବଳ ସ୍କିନ୍‌କୁ ଚମକ ଦିଏ ନାହିଁ ବରଂ ଚେହେରାରୁ ଟ୍ୟାନିଂକୁ ମଧ୍ୟ ଦୂର କରିଥାଏ, ଏହା ଦ୍ୱାରା ମୁହଁରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ । ଏହା ବ୍ୟତୀତ ବ୍ଲାକ୍ ହେଡ୍ କମ କରେ ଏବଂ ସ୍କିନ୍‌କୁ କୋମଳ କରିଥାଏ । ତେବେ ବେସନରେ ପେଷ୍ଟ ତିଆରି କରିବା ବହୁତ ସହଜ ଏବଂ ଏହି ପେଷ୍ଟରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ମଧ୍ୟ ରହିଥାଏ ।

ବର୍ତ୍ତମାନ ସମସ୍ତ ଲୋକ ନିଜ ସ୍କିନ୍‌ର ବହୁତ ଭଲ ଭାବେ ଯତ୍ନ ନେବାକୁ ଚାହୁଁଛନ୍ତି, ତେବେ ଯଦି ଘରେ ଏପରି କିଛି ଅଛି ଯାହା ଜେଜେମା ମଧ୍ୟ ପ୍ରାଚୀନ କାଳରୁ ଚମକୁଥିବା ସ୍କିନ୍‌ ପାଇବା ପାଇଁ ବ୍ୟବହାର କରିଆସୁଛନ୍ତି, ତେବେ ତାହା ହେଉଛି ବେସନ । ଯଦି ମୁହଁରେ ବେସନ ଲଗାଇବେ, ତାହେଲେ ଏହା କେବଳ ସ୍କିନ୍‌କୁ ଚମକ ଦିଏ ନାହିଁ ବରଂ ଚେହେରାରୁ ଟ୍ୟାନିଂକୁ ମଧ୍ୟ ଦୂର କରିଥାଏ, ଏହା ଦ୍ୱାରା ମୁହଁରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ । ଏହା ବ୍ୟତୀତ ବ୍ଲାକ୍ ହେଡ୍ କମ କରେ ଏବଂ ସ୍କିନ୍‌କୁ କୋମଳ କରିଥାଏ । ତେବେ ବେସନରେ ପେଷ୍ଟ ତିଆରି କରିବା ବହୁତ ସହଜ ଏବଂ ଏହି ପେଷ୍ଟରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ମଧ୍ୟ ରହିଥାଏ । ବେସନରେ ବହୁତ ପ୍ରକାରର ଫେସ୍‌ ପ୍ୟାକ୍‌ ତିଆରି ହୋଇପାରିବ, ତାହେଲେ ଆସନ୍ତୁ ଜାଣିବା ଯେ ଘରେ କିପରି ଭାବେ ଏହି ପେଷ୍ଟ ତିଆରି କରିବେ ।

ବେସନ, ହଳଦୀ ଓ କ୍ଷୀର :
ଏହି ପେଷ୍ଟ ପ୍ରସ୍ତୁତ କରିବାକୁ, ଆବଶ୍ୟକତା ଅନୁଯାୟୀ ୨ ଚାମଚ ବେସନ, ଏକ ଚାମଚ ହଳଦୀ ଏବଂ କ୍ଷୀର ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ୧୫ ରୁ ୨୦ ମିନିଟ୍ ଲଗାନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ ।

ବେସନ ଓ ମୁଲତାନି ମାଟି :
ଯଦି ଆପଣଙ୍କ ମୁହଁ ଅତ୍ୟଧିକ ଅଏଲି ରହୁଛି, ତାହେଲେ ଆପଣ ଏହି ଫେସ୍‌ ପ୍ୟାକ୍‌ ଲଗାଇପାରିବେ । ତେବେ ଏହି ପେଷ୍ଟ ତିଆରି କରିବା ପାଇଁ ବେସନ ଓ ମୁଲତାନି ମାଟିକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ, ଏକ ପାତ୍ରରେ ୨ ଚାମଚ ମୁଲତାନି ମାଟି ଏବଂ ଗୋଟିଏ ଚାମଚ ବେସନ ନିଅନ୍ତୁ । ଏଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ୧୫ ମିନିଟ୍ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ଏହି ପେଷ୍ଟ ଲଗାଇବାର ଉପକାର ଦେଖନ୍ତୁ ।

ବେସନ ଏବଂ କଦଳୀ :
ଏହି ଆଶ୍ଚର୍ଯ୍ୟଜନକ ଫେସ୍‌ ପ୍ୟାକ୍‌ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ବେସନ ଏବଂ କଦଳୀକୁ ମିଶାଇ ପେଷ୍ଟ ତିଆରି କରନ୍ତୁ, ତେବେ ଏଥିରେ ଆଣ୍ଟି-ଏଜିଙ୍ଗ୍ ଗୁଣ ମିଳିଥାଏ । ଏହି ଫେସ୍ ପ୍ୟାକ୍ ତିଆରି କରିବାକୁ, ଗୋଟିଏ ପାଚିଲା କଦଳୀ ନେଇ ସେଥିରେ ୨ଚାମଚ ବେସନ ମିଶାନ୍ତୁ । ଏହା ସହ ଆବଶ୍ୟକତା ଅନୁଯାୟୀ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ୧୫ ମିନିଟ୍ ପାଇଁ ମୁହଁରେ ଲଗାନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ ।

ବେସନ ଏବଂ ଲେମ୍ବୁ :
ଏହି ଫେସ୍ ପ୍ୟାକ୍ ଚେହେରାର ପିଗମେଣ୍ଟେସନ୍ କମ କରିପାରିବ । ଦାଗ ଏବଂ ଫ୍ରେକ୍ଲେସ୍ କମ କରିବାକୁ, ଆପଣ ଏହି ପେଷ୍ଟକୁ ସପ୍ତାହରେ ଥରେ ମୁହଁରେ ଲଗାଇ ପାରିବେ । ସର୍ବପ୍ରଥମେ, ୨ ଚାମଚ ବେସନ ନେଇ ସେଥିରେ ଅଧା ଲେମ୍ବୁ ରସ ମିଶାନ୍ତୁ । ଏହା ସହ ୧ ଚାମଚ ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କିଛି ସମୟ ମୁହଁରେ ଲଗାଇବା ପରେ ଏହାକୁ ଧୋଇ ଦିଅନ୍ତୁ । ଏହା ମଧ୍ୟ ମୁହଁର ଅନେକ ସମସ୍ୟା ଦୂର କରିଥାଏ ।

ବେସନ ଓ ଟମାଟର :
ଆଣ୍ଟି ଏଜିଙ୍ଗ୍‌ ଗୁଣରେ ଭରପୂର ଏହି ଫେସ୍ ପ୍ୟାକ୍ ମଧ୍ୟ ସ୍କିନ୍‌ ପାଇଁ ବହୁତ ଭଲ ହୋଇଥାଏ । ଏହା ତ୍ୱଚାରୁ ରିଙ୍କଲ୍ସକୁ ମଧ୍ୟ କମ କରିଥାଏ ଏବଂ ଦାଗକୁ ମଧ୍ୟ ଦୂର କରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଟମାଟର ନିଅନ୍ତୁ, ଏହାକୁ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏଥିରେ ୨ ଚାମଚ ବେସନ ମିଶାନ୍ତୁ । ଏହି ପେଷ୍ଟକୁ ମୁହଁରେ ୧୦ ମିନିଟ୍ ଲଗାନ୍ତୁ ଏବଂ ପରେ ଏହାକୁ ଧୋଇ ଦିଅନ୍ତୁ । ଏହା ପରେ ଦେଖିବେ ଯେ କିପରି ଭାବେ ମୁହଁରେ ଚମକ ଆସିଯିବ ।

ବେସନ ଓ ଅମୃତଭଣ୍ଡା :
ଅନେକ ଥର ବ୍ଲାକ୍‌ହେଡ୍‌ ମୁହଁରେ ଜମା ହୋଇଥାଏ । ଏହି ବ୍ଲାକ୍ ହେଡ୍‌ ଗୁଡ଼ିକୁ ହଟାଇବା ସହଜ କାମ ନୁହେଁ । ଏପରି ପରିସ୍ଥିତିରେ ଅମୃତଭଣ୍ଡା ଏବଂ ବେସନ ମିଶାଇ ତିଆରି ହୋଇଥିବା ପେଷ୍ଟ ଲଗାଇା ଦ୍ୱାରା ଚେହେରା ଚମକ ଆସିଯିବ । ତେବେ ଗୋଟିଏ ଚାମଚ ସେବନ ଏବଂ ୨ ଚାମଚ ଗ୍ରାଉଣ୍ଡ ଅମୃତଭଣ୍ଡାରେ କିଛି ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ । ଏହି ପେଷ୍ଟକୁ ସପ୍ତାହରେ ଥରେ ଲଗାନ୍ତୁ । ତେବେ ଦେଖିବେ କିପରି ଭାବେ ଆପଣଙ୍କୁ ମୁହଁରେ ଥିବା ଅନେକ ସମସ୍ୟା ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.