Below header

ଖୋଲୁଛି ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର, କିଏ ସେହି ବଡ଼ବଡ଼ିଆ ? ଯିଏ କାର କିଣିବାକୁ ଦେଇଥିଲେ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ଇଡି ତଦନ୍ତରେ ଖୋଲୁଛି ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର ପେଡ଼ି । ସହଯୋଗୀ ଖଗେଶ୍ୱର ମୁହଁରୁ ତଥ୍ୟ ବାହାର କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ । ନେତା, ମନ୍ତ୍ରୀ, ବିଲଡର ଓ ଫିଲ୍ମ ପ୍ରଯୋଜକଙ୍କ ପରେ ଏବେ ସାମନାକୁ ଆସିଛି ଆଇଏଏସ୍‌ ଲିଙ୍କ୍‌ । ଅର୍ଚ୍ଚନାଙ୍କ ସହ ଲିଙ୍କରେ ଥିଲେ କେଉଁ ଆଇଏଏସ୍‌ ଅଫିସର ? କେବେଠାରୁ ଓ କେମିତି ସମ୍ପର୍କ ବଢ଼ିଥଲା ? ଇଡିକୁ ତାଙ୍କ ନାଁ କହିଛନ୍ତି କି ଅର୍ଚ୍ଚନା ଓ ଖଗେଶ୍ୱର ? ଇଡି ସ୍କାନରରେ ସଂପୃକ୍ତ ଆଇଏଏସ୍‌ ଅଫିସର ଥିବା ସୂଚନା ମିଳିଛି ।

ସେପଟେ କୁଆଡ଼େ ଗଲା ଅର୍ଚ୍ଚନାଙ୍କ ଦାମୀ ଫୋର୍ଡ ଏଣ୍ଡେଭର୍‌ କାର୍‌ ? ଅର୍ଚ୍ଚନା ଧରା ପଡ଼ିବା ପରେ ଦାମିକିଆ ଫୋର୍ଡ ଏଣ୍ଡେଭର ଉଭାନ ହୋଇଯାଇଛି । କୁଆଡ଼େ ଗଲା ୪୦ ଲକ୍ଷାର ଦାମୀ କାର୍‌ ? ଫୋର୍ଡ ଏଣ୍ଡେଭର କିଣିବାକୁ ଏତେ ଟଙ୍କା କୁଆଡୁ ଆଣିଲେ ଅର୍ଚ୍ଚନା ? କେହି ଜଣେ ବଡ଼ବଡ଼ିଆ ତାଙ୍କୁ କ୍ୟାସ ଦେଇଥିବା କୁହାଯାଉଛି । କିଏ ସେହି ପ୍ରତିଷ୍ଠିତ ବ୍ୟକ୍ତି, ଯିଏ ତାଙ୍କୁ ଟଙ୍କା ଦେଇଥିଲେ ? ଗତକାଲି ଇଡିରେ ହାଜର ହୋଇଥିଲେ ସୋ’ ରୁମ୍‌ ମାଲିକ । ଗାଡ଼ି ବିକ୍ରି ସଂପର୍କିତ ସମସ୍ତ ତଥ୍ୟ ସେ ଇଡିକୁ ଦେଇଥିଲେ । ସେହିପରି ଅର୍ଚ୍ଚନାଙ୍କ ବିଏମ୍‌ଡବ୍ଲୁ କାର୍‌ ଓ ହାର୍ଡଲେ ଡେଭିଡସନ୍‌ ବାଇକକୁ ବି ଖୋଜୁଛି ଇଡି । ଅର୍ଚ୍ଚନା ଗିରଫ ପରଠୁ ସେସବୁ କୁଆଡ଼େ ଗାଏବେ ହୋଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.