Below header

ବଡ଼ଭାଇର ଠେଙ୍ଗା ମାଡ଼ରେ ସାନଭାଇ ମୃତ

କେନ୍ଦୁଝର : ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ଼ର ଲାଇନ୍ ହଟିଂ ଅଞ୍ଚଳରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇର ଠେଙ୍ଗା ମାଡ଼ରେ ସାନଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ରାହୁଲ ଥାପା ଯିଏକି ଟ୍ରକ ଡ଼୍ରାଇଭର ଭାବେ କାର୍ୟ୍ୟରତ ଥିଲେ। ଗତକାଲି ରାତିରେ ଦୁଇ ଭାଇ ଖାଉଥିବା ସମୟରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ବଡ଼ଭାଇ ବିପିନ ଏକ ଠେଙ୍ଗାରେ ରାହୁଲଙ୍କ ମୁଣ୍ଡକୁ ପିଟିଥିଲା। ଯାହା ଦ୍ବାରା ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଯାଇଥିଲା। ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ବିପିନଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.