Below header

ଆସିଲା ଆସାମର ଚୂଡ଼ାନ୍ତ ନାଗରିକ ତାଲିକା

ଆସାମ : ନାଗରିକଙ୍କ ସଂଖ୍ୟା କେତେ ? ବିବାଦ ପରେ ଆଜି ଆସିଲା ତାଲିକା । ନ୍ୟାସନାଲ୍ ରେଜିଷ୍ଟର୍ ଅଫ୍ ସିଟିଜେନ୍ ବା ଏନ୍ଆର୍ସି ତାଲିକାରେ ମୋଟ୍ ୨ କୋଟି ୮୯ ଲକ୍ଷ ଲୋକଙ୍କୁ ଆସାମର ନାଗରିକତ୍ୱ ମିଳିଛି । ତାଲିକାରୁ ବାଦ ପଡ଼ିଛନ୍ତି ୪୦ ଲକ୍ଷ ଲୋକ । ଅର୍ଥାତ ଏନ୍ଆରସି ରିପୋର୍ଟ ଅନୁସାରେ, ଏମାନେ ଭାରତୀୟ ନାଗରିକ ନୁହନ୍ତି । ତେବେ ଏନ୍ଆର୍ସି କର୍ତ୍ତୃପକ୍ଷ କହିଛନ୍ତି, ଏହା ଚୂଡାନ୍ତ ତାଲିକା ନୁହେଁ । ଏହା ଏକ ଡ୍ରାଫ୍ଟ । ଅବୈଧ ତାଲିକାରେ ଥିବା ଲୋକ ପୁଣି ଏଥିପାଇଁ ଆବେଦନ କରିପାରିବେ । ଆପତ୍ତି ଓ ଅଭିଯୋଗ ସମ୍ପର୍କରେ ପ୍ରଶାସନକୁ ଜଣାଇପାରିବେ । ବୈଧ ନାଗରିକତା ପାଇଁ ମୋଟ୍ ୩ କୋଟି ୨୯ ଲକ୍ଷ ୯୧ ହଜାର ଲୋକ ଆବେଦନ କରିଥିଲେ । ୧୯୭୧ ମାର୍ଚ୍ଚ ପୂର୍ବରୁ ଆସାମରେ ବାସ କରୁଥିବା ଲୋକ ତାଲିକା ଅନ୍ତର୍ଭୁକ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.