Below header

ପ୍ରିୟଙ୍କା ଦେଲେ ସଲମାନଙ୍କୁ ଧୋକା ତ କ୍ୟାଟ୍ରିନା ଦେଲେ ସାଥ୍

ମୁମ୍ବାଇ : ହଲିଉଡ଼ ଫେରନ୍ତା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଠାତ୍ ଫିଲ୍ମ ଭାରତକୁ ଛାଡ଼ିଦେଇ ସମସ୍ତଙ୍କୁ ହତବାକ୍ କରିଦେଇଛନ୍ତି। ତେବେ ଏହାର କାରଣ ତାଙ୍କ ବଏଫ୍ରେଣ୍ଡ ନିକ୍ ବୋଲି କୁହାଯାଉଛି। କିନ୍ତୁ ଦେଶୀ ଗର୍ଲ୍ ପ୍ରିୟଙ୍କା ଏହାକୁ ଖଣ୍ଡନ କରି କହିଛନ୍ତି ସେ ଆଉ କୌଣସି ଅଭିନେତ୍ରୀଙ୍କ ସହ ସ୍କ୍ରିନ୍ ଶେୟାର କରିବା ପାଇଁ ଚାହୁଁନଥିଲେ ଏଣୁ ସେ ଭାରତ ଛାଡ଼ିଛନ୍ତି। ହଠାତ୍ ଅଭିନେତ୍ରୀଙ୍କ ଏଭଳି ପଛଘୁଞ୍ଚା ନିର୍ମାତାଙ୍କ ପାଇଁ ସୃଷ୍ଟି କରିଥିଲା ଅସୁବିଧା। ପ୍ରିୟଙ୍କାଙ୍କ ସ୍ଥାନରେ କାହାକୁ ନିଆଯିବ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ପାଲଟିଥିଲା। ତେବେ ଏହି ସମୟରେ ଫିଲ୍ମର ନିର୍ମାତା ଏବଂ ଅଭିନେତା ସଲମାନଙ୍କ ପାଇଁ ସାହାରା ବନିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍।

ଖବର ଅନୁଯାୟୀ , ଅଭିନେତ୍ରୀ କ୍ୟାଟ୍ରିନା ଭାରତ ଫିଲ୍ମରେ ଅଭିନୟ କରିବା ନେଇ ମଞ୍ଜୁରୀ ଦେଇଛନ୍ତି। ଏଥି ସହ ଏବେ ସେ ଆଉ ଦୁଇଟି ବଡ଼ ବଜେଟ ଫିଲ୍ମର ଶୁଟିଂରେ ମଧ୍ୟ ବ୍ୟସ୍ତ ରହିଛନ୍ତି। ଆମିର ଖାନଙ୍କ ଥଗ୍ସ ଅଫ୍ ହିନ୍ଦୁସ୍ତାନ ଏବଂ ସାହାରୁଖ ଖାନଙ୍କ ଜିରୋ ଫିଲ୍କରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ। କହିବାକୁ ଗଲେ ଏକା ସାଥିରେ ତିନୋଟି ଖାନଙ୍କ ସହ ବଡ଼ ପରଦାରେ ଦେଖାଯିବେ କ୍ୟାଟ୍ରିନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.