Below header

୬୮କୋଟି ଟଙ୍କାର କ୍ଷତି କରିସାରିଲାଣି ଏହି କୁକୁର ! ଧରିଲେ ମିଳିବ ୫୦ ଲକ୍ଷ ଟଙ୍କା ପୁରସ୍କାର

କଲମ୍ବିଆ ଏମିତି ଏକ ଦେଶ ଯାହା ଡ୍ରଗ୍ସ କାରବାର ପାଇଁ ଜଣାଶୁଣା । ଏଠାରେ କାହିଁ କେଉଁ କାଳରୁ ଡ୍ରଗ୍ସ ତତ୍ସକର ମାନେ ନିଜର କାରବାର ଜମାଇ ରଖିଛନ୍ତି କିନ୍ତୁ ସଂବ୍ରା ନାଁରେ ଗୋଟେ କୁକୁର ଅନେକ ତତ୍ସକରଙ୍କର ଜିଇଁବା ମୁସକିଲ୍ କରିସାରିଛି । ଆପଣଙ୍କୁ କହିରଖୁଛୁ କି, ଏହି କୁକୁରଟି ୨ବର୍ଷରେ ପାଖାପାଖି ୬୮ କୋଟି ଟଙ୍କାର ଡ୍ରଗ୍ସ ଧରାଇବାରେ ସହାୟତା କରିଛି । ଏହି କୁକୁରଟି ପାଇଁ ଚିନ୍ତାରେ ଥିବା ତତ୍ସକର ମାନେ ଏହା ଉପରେ ୫୦ ଲକ୍ଷ ଟଙ୍କାର ଇନାମ ରଖିଛନ୍ତି । ସଂବ୍ରାକୁ ବଞ୍ଚିଥିବା ଅବସ୍ଥାରେ ହଉକି ମରିବା ଅବସ୍ଥାରେ ଯିଏ ସର୍ବପ୍ରଥମେ ଯେଉଁ ବ୍ୟକ୍ତି ଆଣିବେ ତାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ।

ଆଶ୍ଚର୍ୟ୍ୟ ହେବାର କାରଣ ଏହିକି ଯେ କଲମ୍ବିଆର ପୋଲିସ୍ ସର୍ବପ୍ରଥମେ ଏହି କୁକୁରଟି ବିଷୟରେ ଟୁଇଟ ମାଧ୍ୟ୍ୟମରେ ଜାଣାଇଛନ୍ତି। ଜରମାନ୍ ସେଫେଡ୍ ସଂବ୍ରା ପ୍ରଥମେ କଳମ୍ବିଆର ପୋଲିସ ଡିପାଣ୍ଟମେଣ୍ଟରେ ୨ବର୍ଷ କାମ କରୁଥିଲା । ମିଡିଆ ରିପୋର୍ଟରୁ ଜଣାପଡିଛି ଏହି କୁକୁରଟିର ସାହାଯ୍ଯ ପୋଲିସ୍ ୨୪୫ ଅପରାଧିଙ୍କୁ ଧରିବାରେ ସକ୍ଷମ ହୋଇପାରିଛି । ସଂବ୍ରାର ଡିଉଟି ଦୁଇ ବଡ ଏୟାରପୋର୍ଟରେ ଲାଗିଛି ।

ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ସଂବ୍ରା ମାର୍ଚ୍ଚ ୨୦୧୬ରେ ପ୍ରଥମ କେସରେ ସଫଳ ହୋଇଥିଲା । ସେବେ ଏହି କୁକୁରଟି ଘ୍ରାଣ ଶକ୍ତି ପାଇଁ କଦଳୀ ବାକ୍ସରେ ଥିବା ୨୯୫୮କେଜି କୋକିନ୍ର ସୂଚନା ଦେଇଥିଲା । ଏହା ପରେ ମେ ୨୦୧୭ରେ ସଂବ୍ରା ବେଲଜିୟମକୁ ପଠାଯାଉଥିବା ୧.୧ଟନ୍ କୋକିନର ସୂଚନା ପୋଲିସକୁ ଦେଇଥିଲା । ପୁଣି ୫.୩ଟନ୍ କୋକିନ ଧରାଇଥିଲା । ସଂବ୍ରା ବୁଲେଟପ୍ରଫ୍ ଗାଡି ମଧ୍ୟ ଚଲାଇପାରେ ଏବଂ କୁକୁର ସହ ଦୁଇ ଜଣ ଖାସ୍ ଗନ୍ ମ୍ୟାନବି ରହୁଥିଲେ । ଏୟାରପୋର୍ଟରେ ପିକ୍ ଆବାର୍ସରେ ପାଖାପାଖି ୬ ଘଣ୍ଟା ପାଇଁ କୁକୁରଟିକୁ ଡିଉଟିରେ ରଖାଯାଉଥିଲା ।

କୁକୁର ସହ କାମ କରୁଥିବା ପୋଲିସ୍ କର୍ମୀ କହୁଛନ୍ତି କି, ଏହି କୁକୁରଟି ଅନ୍ୟ କୁକୁର ମାନଙ୍କ ଠାରୁ ବହୁତ ଆଗୁଆ । କୁକୁରଟିର ବୟସ ପାଖାପାଖି ୬ବର୍ଷ ହେବ । ସେ କଲମ୍ବିଆରେ ବହୁତ ଜଣାଶୁଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.