ଟ୍ବିଟର ଲାଇଭ ଚାଟରେ ଖରାପ କମେଣ୍ଟ କଲେ ପଡ଼ିବ ମହଙ୍ଗା

ନୂଆଦିଲ୍ଳୀ : ମାକ୍ରୋବ୍ଲଗିଂ ସାଇଟ ଟ୍ବିଟର ଚଳିତ ବର୍ଷ ୧୦ ଅଗଷ୍ଟରୁ କିଛି ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହା ଦ୍ବାରା ଲାଇଭ ସ୍କିମିଂ ସମୟରେ ଖରାପ ଭାଷା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ରଦ୍ଦ କରାଯିବା ନିୟମ ରହିଛି। ଅନେକ ସମୟ ହେବ ଟ୍ବିଟର ଖରାପ ଭାଷା ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖି ଆସୁଥିଲା। କିନ୍ତୁ ଏବେ ତାଙ୍କ ଆକାଉଣ୍ଟ ଜାଞ୍ଚ କରାଯିବା ସହ ପେରିସ୍କୋପ କମ୍ୟୁନିଟି ଦ୍ବାରା ଆକାଉଣ୍ଟକୁ ବନ୍ଦ କରିବା ଭଳି ପଦକ୍ଷେପ ଉଠାଯିବ। ଆପଣଙ୍କ ସୂଚନା ପାଇଁ, ପେରିସ୍କୋପ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ବାରା ଯେକୌଣସି ଟ୍ବିଟର ବ୍ୟବହାର କରୁଥିବା ୟୁଜର୍ସ ଲାଇଭ ଯାଇପାରିବେ।

ପେରିସ୍କୋପ ବ୍ଲଗପୋଷ୍ଟର ସୂଚନା ଅନୁଯାୟୀ, ଟ୍ବିଟରରେ ସୁରକ୍ଷିତ ବାତାବରଣ ରଖିବା ପାଇଁ ଆମେ ପାଦ ଆଗକୁ ବଢ଼ାଇଛୁ। ଏହା ଦ୍ବାରା ଲାଇଭ ଚାଟ ସମୟରେ କମେଣ୍ଟ ଗାଇଡ଼ଲାଇନକୁ ଅଧିକ ଶକ୍ତ କରାଯିବ। ଏହା ଦ୍ବାରା ଖାରାପ କମେଣ୍ଟ ଦେଉଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ବ୍ଳକ୍ କରାଯିବ। ଏହାକୁ ଆମେ ୧୦ ଅଗଷ୍ଟରୁ ଆରମ୍ଭ କରିବାପାଇଁ ଯାଉଛୁ। ଅନେକଥର ନିର୍ଦ୍ଦେଶ ଦେବା ପରେ ମଧ୍ୟ ଅନେକ ୟୁଜର୍ସ ବାରମ୍ବାର ନିୟମକୁ ଉଲଂଙ୍ଘନ କରୁଛନ୍ତି।

ଏଥି ଅନ୍ତର୍ଗତ ଏବେ ଯଦି ଲାଇଭ ସମୟରେ କେହି କିଛି ଭୁଲ ବା ଖରାପ କମେଣ୍ଟ ଦେଇଥାନ୍ତି, ତେବେ ପେରିସ୍କୋପ କିଛି ଅଜଣା ଯୁଜର୍ସଙ୍କୁ ସେହି କମେଣ୍ଟକୁ ରିଭ୍ୟୁ ଦେବା ପାଇଁ କହିବେ। ଯାହା ପରେ ତାଙ୍କ ଆକାଉଣ୍ଟ ସମ୍ବନ୍ଧିୟ ଜାଞ୍ଚ କରାଯାଇ ତାହାକୁ ରଦ୍ଦ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.