Below header

ଏସପିଜି ସୁରକ୍ଷା ସଂପର୍କିତ ନିୟମ ଉଲ୍ଲଙ୍ଘନ ପାଇଁ ସମ୍ବଲପୁର ଲୋକସଭା ନିର୍ବାଚନ ପର୍ଯ୍ୟବେକ୍ଷକ ମହମ୍ମଦ ମହସିନଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ

ସମ୍ବଲପୁର (କେନ୍ୟୁଜ୍) : ସମ୍ବଲପୁର ଲୋକସଭା ନିର୍ବାଚନ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ମହମ୍ମଦ ମହସିନ ନିଲମ୍ବିତ। କର୍ଣ୍ଣାଟକ କ୍ୟାଡରର IAS ଅଫିସର ମହମ୍ମଦ ମହସିନଙ୍କୁ ନିର୍ବାଚନ କମିଶନ ନିଲମ୍ବନ କରିଛନ୍ତି। SPG ସୁରକ୍ଷା ସମ୍ପର୍କିତ ନିୟମ ଉଲ୍ଲଘଂନ ପାଇଁ ନିଲମ୍ବନ କରାଯାଇଥିବା ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଉଲ୍ଲେଖ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ପରେ ନିଲମ୍ବନ କରାଯାଇଛି। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆସିଥିଲେ। ମହସିନ ତାଙ୍କ ସୁରକ୍ଷା ସହ ଜଡିତ ଥିବା ହେଲିକପ୍ଟର ଯାଞ୍ଚ କରିଥିବା ଶୁଣିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.