ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ଖର୍ଚ୍ଚ ହେବ ୩.୩୬ କୋଟି, ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ : ଆଗରୁ ଆସୁଛି ରଥଯାତ୍ରା । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ଯ୍ୟାୟ । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ୩ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବ୍ୟୟବରାଦ ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ତେବେ ଗତ ଥରର ରଥଯାତ୍ରା ଅପେକ୍ଷା ଚଳିତ ବର୍ଷ ରଥଯାତ୍ରାରେ ଏକ କୋଟି ୬୧ ଲକ୍ଷ ୮୭ ହଜାର ଟଙ୍କା ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କେବଳ ରଥଯାତ୍ରା ନୁହେଁ, ଦୁଇ ବର୍ଷରେ ସେବାୟତଙ୍କ ପାଉଣା ବାବଦରେ ୩ କୋଟି ୬୦ ଲକ୍ଷ ୨୭ ହଜାର ଟଙ୍କା ଅଧିକ ଖର୍ଚ୍ଚ କରାଯିବାକୁ ଧାର୍ଯ୍ୟ କରିଛି ପରିଚାଳନା କମିଟି। ୨୦୧୯-୨୦ ବଜେଟ୍‌ରେ ଏହି ବ୍ୟୟ ଅଟକଳକୁ ମଞ୍ଜୁରି ଦେଇଛି କମିଟି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରା ବାବଦରେ ପ୍ରଶାସନ ୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛି। ଯଦିଓ ୨୦୧୮-୧୯ରେ ଏ ବାବଦରେ ଏକ କୋଟି ୭୪ ଲକ୍ଷ ୭୮ ହଜାର ୧୪୫ ଟଙ୍କା ଖର୍ଚ୍ଚ ହୋଇଥିଲା,ଏ ବର୍ଷ ଏହା ପ୍ରାୟ ଦୁଇ ଗୁଣ ବଢ଼ିଯିବ ବୋଲି ହିସାବ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.