ଆସନ୍ତାକାଲି ନାଏବ ସରପଞ୍ଚ ପାଇଁ ନିର୍ବାଚନ: ୧୨ରେ ବ୍ଲକ ଅଧ୍ୟକ୍ଷ ଓ ୧୩ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ । ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଓ ୧୩ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଯେଉଁ ପଞ୍ଚାୟତରେ ସରପଞ୍ଚ ଓ ଅଧାରୁ ଅଧିକ ୱାର୍ଡମେମ୍ବର ନିର୍ବାଚିତ ହୋଇଛନ୍ତି ସେଠାର ନାଏବ ସରପଞ୍ଚ ନିର୍ବାଚନ ହେବ। ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ରହିଛି।
ନାଏବ ସରପଞ୍ଚ ପାଇଁ ଦିନ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ କରିବେ । ସରପଞ୍ଚ ପୁରୁଷ ଥିଲେ ନାଏବ ସରପଞ୍ଚ ମହିଳା ହେବେ। ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମହିଳା ରହିପାରିବେ। ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥିପତ୍ର ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଦାଖଲ କରିବେ।