‘ସୁଶାନ୍ତ ମୁନ୍‌’ ନାମରେ ପାଳନ ହେବ ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ; ଆମେରିକାର ଲୁନାର ସୋସାଇଟି ଦେଲା ସମ୍ମାନ

ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନମାନଙ୍କ ପାଇଁ ଏକ ଭଲ ଖବର। ଏଣିକି ତାଙ୍କ ଜନ୍ମଦିନକୁ ଏକ ଖାସ୍‌ ଦିବସ ରୂପେ ପାଳନ କରାଯିବ। ସୁଶାନ୍ତଙ୍କ ମହାକାଶ ପ୍ରତି ଗଭୀର ପ୍ରେମ ଏବଂ ବିଶେଷ ଆଗ୍ରହ ପାଇଁ ତାଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରାଯାଇଛି। କହି ରଖୁଛୁ, ସୁଶାନ୍ତ ସିଂ ରାଜପୁତ ଜହ୍ନକୁ ବହୁତ ଭଲ ପାଉଥିଲେ ଏବଂ ସୋସିଆଲ ମିଡିଆରେ ଏହାସହ ଜଡ଼ିତ ଅନେକ ପୋଷ୍ଟ ମଧ୍ୟ ସେୟାର କରୁଥିଲେ। ଏପରି କି, ସେ ଜହ୍ନ ଏବଂ ତାରାମାନଙ୍କୁ ଦେଖିବା ପାଇଁ ଏକ ଦୂରବୀକ୍ଷଣ ଯନ୍ତ୍ର ବି କିଣିଥିଲେ। ତାଙ୍କର ଏହି ପ୍ରେମ ଏବଂ ଆଗ୍ରହକୁ ଦେଖି ଆମେରିକାର ଲୁନାର ସୋସାଇଟି ତାଙ୍କ ଜନ୍ମଦିନକୁ ‘ସୁଶାନ୍ତ ମୁନ୍‌’ ନାମରେ ପାଳିବାକୁ ନିଷ୍ପତ୍ତି ନେଇଛି।

ସୋସାଇଟି ନିଜ ଅଫିସିଆଲ େଓ୍ଵବ୍‌ସାଇଟରେ ଏହି ଘୋଷଣା କରିଛି। ଏଥିରେ ଜଣାଇ ଦିଆ ଯାଇଛି କି, ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩, ଜାନୁଆରୀ ୨୧ରେ ପ୍ରଥମ ଥର ସୁଶାନ୍ତ ସିଂଙ୍କ ଜନ୍ମଦିନକୁ ‘ସୁଶାନ୍ତ ମୁନ୍‌’ ନାମରେ ପାଳନ କରାଯିବ। ଲୁନାର ସୋସାଇଟି ଆଶା କରିଛି ଯେ ‘ସୁଶାନ୍ତ ମୁନ୍‌’ ଏକ ଐତିହାସିକ ବାର୍ଷିକ ଇଭେଣ୍ଟ୍‌ ହେବ। ତେବେ ସୁଶାନ୍ତ ସିଂ ରାଜପୁତ ଏକମାତ୍ର ସେଲିବ୍ରିଟି ଥିଲେ, ଯିଏ ଚନ୍ଦ୍ରରେ ଜାଗା କିଣିଥିଲେ। ସେ ଚନ୍ଦ୍ରର Mare Moscovienseର Sea of Muscovyରେ ମଧ୍ୟ ଜାଗା କିଣିଥିଲେ।

ସୁଶାନ୍ତ ସିଂ ଏକ ଫିଲ୍ମ ‘ଚନ୍ଦା ମାମା ଦୂର୍‌ କେ’ ବି ସାଇନ୍‌ କରିଥିଲେ, ଯେଉଁଥିରେ ସେ ଜଣେ ମହାକାଶ ଯାତ୍ରୀ ଭୂମିକାରେ ନଜର ଆସିବାର ଥିଲା। ଏହି ଫିଲ୍ମର ପ୍ରସ୍ତୁତି ପାଇଁ ସେ ନାସା ମଧ୍ୟ ଯାଇଥିଲେ। ଯଦିଓ ତାଙ୍କ ନିଧନ ପରେ ଏହି ଫିଲ୍ମ ଏବେ ସୁଦ୍ଧା ଆରମ୍ଭ ହୋଇ ପାରି ନାହିଁ। କହି ରଖୁଛୁ, ଜୁନ୍‌ ୧୪, ୨୦୨୦ରେ ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ଘରେ ମୃତ ଅବସ୍ଥାରେ ମିଳିଥିଲେ। ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.