Below header

ସିଗାରେଟ ନିଶାରେ ପାଗଳ ହୋଇଯାଉଥିଲେ କଙ୍ଗନା, ଝରକାରୁ ଡେଇଁ କରୁଥିଲେ ଇଚ୍ଛା ପୂରଣ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣୱତଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥାଏ । ଏହା ତ ସମସ୍ତଙ୍କୁ ଜଣାଯେ ତାଙ୍କ ଉପରେ କାହାର ବି ମର୍ଜୀ ଚଳି ନଥାଏ । ନିଜ ଉପରେ କଙ୍ଗନାଙ୍କର କେବଳ ମାତ୍ର ନିଜର ରାଜ ହିଁ ଚାଲିଥାଏ । ସମୟ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ବି ଚର୍ଚ୍ଚାର ପରିସରକୁ ଆସିଥାନ୍ତି କଙ୍ଗନା । ଆପଣ ଜାଣି ନଥିବେ ଏମିତି ଦିନେ ସମୟ ଥିଲା ଯେବେ କଙ୍ଗନାଙ୍କୁ ସିଗାରେଟ ନିଶା ଘାରିଥିଲା । ଆଉ ଯଦି ଠିକ ସମୟରେ ସିଗାରେଟ ମିଳୁନଥିଲା ତେବେ ସେହି ସମୟରେ ଯେମିତି ତାଙ୍କ ମୁଣ୍ଡ ଖରାପ ହୋଇଯାଉଥିଲା । କୌଣସି ବି ଉପାୟରେ ହେଉନା କାହିଁକି ସିଗାରେଟ ଟିଏ ନିଜ ପାଇଁ ଯୋଗାଡ଼ କରିଦେଉଥିଲେ କଙ୍ଗନା । ସେସମୟରେ ଏନେଇ ଦେଶର ବିଭିନ୍ନ ମିଡ଼ିଆ ଚ୍ୟାନେଲ ଗୁଡିକରେ ବି କଙ୍ଗନାଙ୍କ ଏହି ବଦଗୁଣକୁ ନେଇ ଚର୍ଚ୍ଚା ଜମିଥିଲା ।

କିନ୍ତୁ ଏବେ କଙ୍ଗନା ଏବାବଦରେ କହିଛନ୍ତିକି ସେ ଏବେ କୌଣସି ପ୍ରକାରର ବଦଗୁଣର ବଶବର୍ତ୍ତୀ ହୋଇ ରହିନାହାନ୍ତି । ଏବେ ସେ ନିଜ ଇଛାର ନିଜେ ହିଁ ମାଲିକାଣି । ସେ ଏହା ମଧ୍ୟ କହିଛନ୍ତିକି ସେ ଯେବେ ନୂଆ ନୂଆ ସିଗାରେଟ ପିଇବା ଆରମ୍ଭ କରିଥିଲେ ସେସମୟରେ ସେ ଭାବି ବି ନଥିଲେ କି ସେ ଏହାର ଅଭ୍ୟାସରେ ପଡିଯିବେ ବୋଲି । ଏନେଇ ତାଙ୍କୁ ବାରମ୍ବାର ସତର୍କ ବାଣୀ ବି ଆସୁଥିଲା । ତେବେ ଆସନ୍ତୁ ଆଜି No Smoking Day ଅବସରରେ ଥରେ ଏହାକୁ ନେଇ କଙ୍ଗନା କଣ କହିଥିଲେ ସେବିଷୟରେ ଜାଣି ରଖିବା ।

କଙ୍ଗନା କହିଛନ୍ତିକି ଯେବେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା ସେ “ଲମହେ” ଫିଲ୍ମର ସୁଟିଙ୍ଗରେ ବ୍ୟସ୍ତ ଥିଲେ । ସେହି ଫିଲ୍ମର କ୍ୟାରେକ୍ଟର ବି ଅନେକ ଭୟାନକ ଥିଲା । ତାଙ୍କୁ ସେ ସମୟରେ ସିଗାରେଟ ଦିଆଯାଉଥିଲା । ତାଙ୍କୁ ସେସମୟରେ ସତର୍କ କରାଯାଉଥିଲେ ମଧ୍ୟ ତାଙ୍କର ଧାରଣା ନଥିଲା କି ସେ କେବେ ଏମିତି ଏକ ଖରାପ ଅଭ୍ୟାସର ବଶବର୍ତ୍ତୀ ହେବେ ବୋଲି । ତାଙ୍କୁ ସେ ସମୟରେ କାଶ ହେଉଥିଲା, ମୁଣ୍ଡ ବି ବିନ୍ଧୁଥିଲା ବାନ୍ତି ବି ଆସୁଥିଲା | ୬ ରୁ ୭ ମାସ ତ ସୁଟିଂ ରେ ବିତି ଯାଉଥିଲା । ଆଉ ଧୀରେ ଧୀରେ ନିଜ ପାଖରେ ପ୍ୟାକେଟ ରଖିବା ଆରମ୍ଭ କରିଦେଇଥିଲେ । ଏମିତିକି ଦିନକୁ ୧୨ ରୁ ୧୬ ସିଗାରେଟ ନେଉଥିଲେ କଙ୍ଗନା । କଙ୍ଗନା କହିଛନ୍ତିକି ନିଜ ବାପା ମା’ଙ୍କ ସାମ୍ନାରେ ତ ସେ ପିଉନଥିଲେ । ତେଣୁ ପ୍ଲାନ କରିକି ହେଉ ଅବା ଝରକାରୁ ଡ଼େଇଁକି ହେଉ ଯାହା ବି ବାଟ ନଜରକୁ ଆସୁଥିଲା ସେ ପିଉଥିଲେ । କିନ୍ତୁ ପରେ ଯୋଗ ଗୁରୁଙ୍କ ଠାରୁ ପ୍ରଶିକ୍ଷଣ ପାଇ ସିଗାରେଟ ପରି ନିଶା ଠାରୁ ଦୁରେଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.