ମାଟି ଅତଡା ଖସି ଶ୍ରମିକ ମୃତ୍ୟୁ ଘଟଣା: ଆଜି ଛତ୍ର ବଜାର ଭିତରକୁ ଭାରି ଯାନ ପ୍ରବେଶ ଉପରେ କଟକଣା ଜାରି

କଟକ(କେନ୍ଯୁଜ୍): କଟକ ଛତ୍ର ବଜାର ମାଟି ଅତଡା ଖସି ଶ୍ରମିକ ମୃତ୍ୟୁ ଘଟଣାରେ ଆଜି ଛତ୍ର ବଜାର ଭିତରକୁ ଭାରି ଯାନ ପ୍ରବେଶକୁ ନେଇ କଟକଣା ଜାରି କରିଛି ପ୍ରଶାସନ। ଛତ୍ର ବଜାର ପୁରୁଣା ପୋଲ ଦେଇ ପ୍ରବେଶ ମନା। ପିଲଗ୍ରୀମ୍ ରୋଡ୍ରେ ଟ୍ରକ ଗୁଡିକରୁ ମାଲ ଅନ୍ଲୋଡିଙ୍ଗ ଚାଲିଛି। ମାଟି ଅତଡା ଖସି ଥିବା ପୋଲର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାରିକେଡ଼ିଂ କରାଯାଇଛି।
ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ଏହା ସହିତ ଆହତ ବ୍ୟକ୍ତିଙ୍କର ଏସ୍ସିବିରେ ଚିକିତ୍ସା ଚାଲିଛି।