Below header

ଫନିକୁ ଅସହ୍ୟ ଗରମ : ବିଦ୍ୟୁତ ସରବରାହ ସେନେଇ ଚିନ୍ତାରରେ ରାଜଧାନୀବାସୀ

ଫନିର ପ୍ରଳୟକୁ ବଳିଗଲାଣି ଅସହ୍ୟ ଗରମ। ଫନି ଦ୍ୱାରା ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ କେବେ ସ୍ୱାବାଭିକ ହେବ ବିଦ୍ୟୁତ ସରବରାହ ସେନେଇ ଚିନ୍ତାରରେ ରାଜଧାନୀବାସୀ। ତେବେ ଆଜି ବିଜୁଳି ଯୋଗାଣ ନେଇ ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନଙ୍କ କାର୍ଯ୍ୟାଳୟ। ୧୦ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଓ ୧୨ତାରିଖ ସୁଦ୍ଧା ଶତ ପ୍ରତିଶତ ଅଞ୍ଚଳକୁ ବିଜୁଳି ଯୋଗାଣ ହେବ। ଭାଙ୍ଗିଯାଇଥିବା ଗ୍ରୀଡ ଗୁଡିକର ପୁନନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ସେସୁ ଅଧିନରେ ଥିବା ଗ୍ରୀଡଗୁଡ଼ିକରେ ଚାର୍ଜ କାମ ଜୋରସୋରରେ ଚାଲିଛି। ବିସିଡିଡି ୧ଗ୍ରୀଡର ୪୬ଟି ପିଡରରୁ ଗତକାଲି ୧୪ଟି ଫିଡର ଚାର୍ଜ କରାଯାଇଥିବା ବେଳେ ଆଜି ଆଉ ୨୦ଟି ଫିଡରକୁ ଚାର୍ଜ କରାଯିବ।

ବିସିଡିଡି୨ ଗ୍ରୀଡର ୬୬ଟି ଗ୍ରୀଡରୁ ଗତକାଲି ୪ଟି ଫିଡର ଚାର୍ଜ କରାଯାଇଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ୧୬ଟି ଫିଡର ଚାର୍ଜ କରାଯିବ। ବିଇଡିର ୩୪ଟି ଫିଡରରୁ ଗତକାଲି ୪ଟି ଚାର୍ଜ ହୋଇଥିବା ବେଳେ ଆଜି ଆଉ ୮ଟି ଗ୍ରୀଡ଼କୁ ଚାର୍ଜ କରାଯିବ। ସେହିପରି ଖୋର୍ଦ୍ଧାର ୨୦ ପ୍ରତିଶତ ଅଞ୍ଚଳକୁ ବିଜୁଳି ଯୋଗାଣ ହୋଇଥିବା ବେଳେ ଆଜି ୩୦ ପ୍ରତିଶତ ସ୍ଥାନକୁ ବିଜୁଳି ଯୋଗାଣ ହେବ। ଭୁବନେଶ୍ୱର ଓ ପୁରୀରେ ଜଳଯୋଗାଣକୁ ସ୍ୱାଭାବିକ କରାଯାଇଛି। ହାଇପାୱାର ଜେନ ସେଟ ବ୍ୟବହାର କରି ଲୋକଙ୍କୁ ଜଳ ଯୋଗାଇ ଦିଆଯାଉଛି। କଟକର ମୁଣ୍ଡୁଳିଠାରେ ଉଚ୍ଚକ୍ଷମତା ସଂପନ୍ନ ଡିଜି ସେଟ ବ୍ୟବହାର କରାଯାଇ ଜଳ ଯୋଗାଣକୁ ସ୍ୱାଭାବିକ କରାଯାଇଥିବା କହିଛନ୍ତି ସଂଜୟ ସିଂହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.