Below header

ହାତୀ ଆତଙ୍କ : ଫସଲ ଖାଇବା ସହ ଭାଙ୍ଗିଲା ଘର, ଜଣେ ମୃତ

ସୁନ୍ଦରଗଡ଼ : ବାଙ୍କି ରେଞ୍ଜର ଆମରୁତି ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ୯ ବର୍ଷ ବାଳକର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଏକ ହାତୀ ପଲ ଗାଁରେ ପଶି ଫସଲ ଖାଇବା ସହ ଘର ଭଙ୍ଗି ଦେଇଥିଲେ। ଘର ଭିତରେ ମାଆ, ପୁଅ ଓ ଝିଅ ଶୋଇଥିଲେ। ହାତୀକୁ ଦେଖି ପୁଅ ଦୌଡି ପଳାଇବାବେଳେ ହାତୀ ଟାଣି ଆଣି କଚାଡି ମାରିଦେଇଥିଲା। ମୃତ ବାଳକ ବିଶ୍ୱନାଥ ମୁଣ୍ଡା। କାନ୍ଥ ପଡି ଝିଅ ଗୁରୁତର ଆହତ ହୋଇଛି। ତାକୁ ଚିକିତ୍ସା ପାଇଁ ଲହୁଣୀପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ବନବିଭାଗ ଗାଁରେ ପହଞ୍ଚି ହାତୀ ପଲକୁ ଘଉଡାଇବାକୁ ଚେଷ୍ଟା କରୁଛି। ଏହି ପଲରେ ୭ଟି ହାତୀ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.