Below header

ଗୁଣିଗାରେଡ଼ି ସନ୍ଦେହ : ଗାଁରୁ ବାସନ୍ଦ ପରିବାର

ଗଜପତି : ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ ଗୋଟିଏ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ଗାଁର ବୁଡା ଶବରଙ୍କ ପରିବାରକୁ ହତ୍ୟା ଧମକ ଦିଆଯିବା ସହ ନିଆଁପାଣି ବାସନ୍ଦ କରିଛନ୍ତି ଗ୍ରାମବାସୀ । ଫଳରେ ବୁଡୁ ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଗାଁ ଛାଡି ମଳାସପଦର ପଞ୍ଚାୟତ ଗମ୍ଭାରୀଗଣ୍ଡାରେ ରହୁଛନ୍ତି ।

ସୂଚନା ଅନୁଯାୟୀ ବୁଡୁ ଗ୍ରାମ ବୈଦ୍ୟ ଭାବେ ଚେରମୁଳି ଦ୍ୱାରା ଲୋକଙ୍କ ଚିକିତ୍ସା କରୁଥିଲେ । ମାତ୍ର ୪ ମାସ ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ବୁଡୁ ଗୁଣି କରି ଲୋକଙ୍କୁ ମାରୁଥିବା ଗାଁ ଲୋକେ ସନ୍ଦେହ କରି ତାଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିଲେ । ଏନେଇ ସେ ପୋଲିସ୍ରେ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ ତାଙ୍କୁ ନ୍ୟାୟ ଦେବା ବଦଳରେ ମାଡ ମାରୁଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଆର.ଉଦୟଗିରି ପୋଲିସ୍ ଏସଡିପିଓଙ୍କ ସହ ଯୋଗାଯୋଗ କରିବା ପରେ ଘଟଣାରେ ଦୃଢ କାର୍ୟାନୁଷ୍ଠାନ ନିଆଯିବା ସହ ତାଙ୍କ ପରିବାରକୁ ନ୍ୟାୟ ଦିଆଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.