Below header

ଭାରତର ସ୍ପିନ ଯାଦୁରେ ଫଶିଲେ ବ୍ରିଟିଶ୍

ଏଜବାଷ୍ଟନ୍ : ଟେଷ୍ଟରେ ଅଶ୍ୱିନଙ୍କ ସ୍ପିନ୍ ଯାଦୁରେ ଫଶିଲା ଇଂଲିଶ ବାହିନୀ । ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଖସି ପଡ଼ିଲା ୯ଟି ଓ୍ଵିକେଟ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ଓ୍ଵିକେଟ ହରାଇ କରିଛି ୨୮୫ ରନ୍ । ଆଜି ଏହିଠାରୁ ଖେଳ ଆରମ୍ଭ କରିବେ ଜେମ୍ସ ଆଣ୍ଡରସନ୍ ଓ ସେମ୍ କୁରେନ୍ । ଦଳ ପକ୍ଷରୁ ଅଧିନାୟକ ଜୋ ରୁଟ୍ ସର୍ବାଧିକ ୮୦ ରନ୍ କରିଥିବା ବେଳେ ଜନି ବେଆରଷ୍ଟୋ ୭୦ ରନ୍ କରିଛନ୍ତି । ରୁଟ୍ ଓ ବେଆରଷ୍ଟୋ ଯୋଡ଼ି ଚତୁର୍ଥ ଓ୍ଵିକେଟରେ ୧୦୪ ରନ୍ କରିଥିଲେ । ଖାତା ଖୋଲିବା ଆଗରୁ ପାଭିଲନ୍ ଫେରିଥିଲେ ଜୋସ୍ ବଟଲର୍ । ରଣନୀତିରେ ସଫଳ ହୋଇଥିଲେ ବିରାଟ ବାହିନୀ । ଅଶ୍ୱିନ୍ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିବା ବେଳେ ମହମ୍ମଦ ସାମି ୨ଟି, ଇଶାନ୍ତ ଶର୍ମା ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.