Below header

କର୍ଲାପାଟରେ ହାତୀ ମଡ଼କକୁ ନେଇ ଚିନ୍ତା: ଅଭୟାରଣ୍ୟରେ ଲାଗିଲା ଟ୍ରାପ ଓ ଡ୍ରୋନ କ୍ୟାମେରା, ଆଜିଠୁ ୨୨ଯାଏ ତଦନ୍ତ କରିବେ ୪ଜଣିଆ ବିଶେଷଜ୍ଞ ଟିମ୍‌

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟରେ ହାତୀ ମଡ଼କ ବଢାଇଛି ଚିନ୍ତା। ଅଭୟାରଣ୍ୟରେ ଲାଗିଲା ଟ୍ରାପ ଓ ଡ୍ରୋନ କ୍ୟାମେରା। ହାତୀଙ୍କ ଶରୀରର ଉତ୍ତାପରୁ ରୋଗ ସଂପର୍କରେ ସୂଚନା ପାଇଁ ଲାଗିଛି ଥର୍ମାଲ ସେନ୍ସିଂ ଡ୍ରୋନ କ୍ୟାମେରା। ହାତୀଙ୍କୁ ସୁସ୍ଥ ରଖିବାକୁ ସେମାନଙ୍କୁ କଦଳୀରେ ଆଣ୍ଟିବାୟୋଟିକ ଖାଇବାକୁ ଦିଆଯାଉଛି । ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍‌।

ଆଜିଠୁ ୨୨ ତାରିଖ ଯାଏ ପରିବେଶ ମନ୍ତ୍ରାଳୟ ଓ ପାଣିପାଗ ପରିବର୍ତ୍ତନ ବିଭାଗର ୪ଜଣିଆ ବିଶେଷଜ୍ଞ ଟିମ୍‌ ତଦନ୍ତ କରିବେ। କେନ୍ଦ୍ରୀୟ ଟିମକୁ ସହାୟତା କରିବ ବନ ବିଭାଗ । ୬ ହାତୀଙ୍କ ମୃତ୍ୟୁ ହାମରେଜ ସେପ୍‌ଟିସେମିଆ ଯୋଗୁ ଘଟିଥିବା କୁହାଯାଇଛି। ସଂକ୍ରମଣ ଯେପରି ଅନ୍ୟ ହାତୀଙ୍କୁ ନବ୍ୟାପେ, ସଂକ୍ରମିତ ସ୍ଥାନରୁ ହାତୀଙ୍କୁ ଘଉଡ଼ାଇବାକୁ ବ୍ୟବସ୍ଥା କରାଯାଉଛି।

ହାତୀ ପିଉଥିବା ନାଳ ପାଣିକୁ ବିଶୋଧନ କରାଯାଉଛି। ଭୂତାଣୁ ସଂକ୍ରମଣକୁ ରୋକିବାକୁ ଅଭୟାରଣ୍ୟର ନିକଟବର୍ତ୍ତୀ ଗାଁର ଗୃହପାଳିତ ପଶୁଙ୍କ ଟିକାକରଣ କରାଯାଉଛି। ଏଭଳି ସଂକ୍ରମଣରେ ହାତୀଙ୍କ ମୃତ୍ୟୁ ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.