Below header

ପୁଣି ହାତୀ ଉପଦ୍ରବ, ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି

ବାଲେଶ୍ୱର (କେନ୍ୟୁଜ୍) : ପୁଣି ହାତୀ ଉପଦ୍ରବ। ଭାଙ୍ଗିଲେ ଘର, ଖାଇଲେ ଫସଲ। ଗାଁ ମୁହାଁ କୁଳଡିହା ଅଭୟାରଣ୍ୟର ହାତୀ। ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଝୋଲପୁର ଗାଁରେ ପଶି ଆତଙ୍କ ଖେଳାଇଛନ୍ତି। ହାତୀଙ୍କ ଆକ୍ରମଣରୁ ବୃଦ୍ଧ ଦମ୍ପତ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ବାରମ୍ବାର ହାତୀ ପଲ ଗାଁକୁ ପଶିଆସୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.