ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା

ଝାରସୁଗୁଡ଼ା (କେନ୍ୟୁଜ୍) : ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ଏଥର ଉଡିବ ସ୍ପାଇସଜେଟ୍ ବିମାନ । ଏନେଇ ସ୍ପାଇସଜେଟ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋଲକାତା, ହାଇଦ୍ରାବାଦ ଓ ଦିଲ୍ଲୀକୁ ସ୍ପାଇସ୍ଜେଟ୍ ବିମାନ ଚଳାଚଳ କରିବ । ପ୍ରଥମ ବିମାନ ଦିଲ୍ଲୀରୁ ଦିନ ୧ଟା ୧୫ରେ ବାହାରି ଦିନ ୩ଟା ୧୦ରେ ଝାରସୁଗୁଡ଼ାରେ ପହଞ୍ଚିବ ।

ସେହିପରି ଝାରସୁଗୁଡ଼ାରୁ ଅପରାହ୍ଣ ୩ଟା ୪୦ରେ ଉଡାଣ ଭରି ସଂଧ୍ୟା ୫ଟା ୩୦ରେ ଦିଲ୍ଲୀରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ହାଇଦ୍ରାବାଦକୁ ଅପରାହ୍ଣ ୪ଟାରେ ବାହାରି ସଂଧ୍ୟା ୬ଟାରେ ପହଞ୍ଚିବ । ହାଇଦ୍ରାବାଦରୁ ସଂଧ୍ୟା ୬ଟା ୩୦ରୁ ବାହାରି ରାତି ୮ଟା ୨୦ରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିପରି କୋଲକାତା ପାଇଁ ବିମାନ କୋଲକାତାରୁ ଦିନ ୨ଟା ୨୫ରେ ବାହାରି ଝାରସୁଗୁଡ଼ାରେ ୩ଟା ୫୦ରେ ପହଞ୍ଚିବ ।

ସେହିପରି ଝାରସୁଗୁଡ଼ାରୁ କୋଲକାତା ଯିବା ପାଇଁ ରାତି ୮ଟା ୪୦ରେ ଉଡାଣ ଭରିବ । ରାତି ୧୦ଟାରେ କୋଲକାତାରେ ପହଞ୍ଚିବ ବିମାନ । ବିମାନ ଉଡାଣକୁ ନେଇ ଝାରସୁଗୁଡ଼ାବାସୀ ଉତ୍ସାହିତ ଅଛନ୍ତି । ଗତ ସେପ୍ଟେମ୍ବର ୨୨ରେ ଝାରସୁଗୁଡ଼ା ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ କୌଣସି କାରଣ ନଦର୍ଶାଇ ଏଠାରୁ ଉଡ଼ାଣକୁ ବନ୍ଦ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.