Below header

ନୀଳଗିରିରେ ଉପଦ୍ରବ ଖେଳାଇଛନ୍ତି ୫୦ରୁ ଅଧିକ ଝାଡଖଣ୍ଡୀ ହାତୀପଲ

ନୀଳଗିରି: ନୀଳଗିରିରେ ଝାଡଖଣ୍ଡୀ ହାତୀପଲ। ଉପଦ୍ରବ ଖେଳାଇଛନ୍ତି ୫୦ରୁ ଅଧିକ ହାତୀ। ଏହି ହାତୀ ପଲ ଗୋପାଳପୁର ଜଙ୍ଗଲ ଭିତରେ ପଶି ରହିଛନ୍ତି। ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସି ଅମଳ ସମୟରେ ଧାନ ଜମିରେ ପଶି ଏକର ଏକର ଫସଲ ସବୁ ଦଳ ମକଚି ନଷ୍ଟ କରିଦେଉଛନ୍ତି। ଗତକାଲି ମୟୁରଭଞ୍ଜର ନଡପୁର ଜଙ୍ଗଲରେ ରହିଥିବାବେଳେ ଆଜି ସକାଳେ ସୋନ ନଇ ପାର ହୋଇ ଗୋପାଳପୁର ଜଙ୍ଗଲରେ ପଶିଛନ୍ତି। ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇରହିଛନ୍ତି। ହାତୀ ପଲରେ କିଛି ଛୁଆ ହାତୀ ରହିଛନ୍ତି। ସେପଟେ ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.