Below header

ରାଉରକେଲାରେ ପୋଲିସର ଏନ୍‌କାଉଣ୍ଟରେ, ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି ଆହତ

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଫୁଟିଲା ଗୁଳି। ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି ଆହତ। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସୁନୀଲକୁ ପ୍ରଥମେ RGHରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଲାଠିକଟା ଥାନା ସୁଇଡି ଠାରେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ପୋଲିସ ଉପରକୁ ସୁନୀଲ ଗୁଳି ଚଳାଇଥିଲା। ପରେ ପୋଲିସର ପାଲଟି ଗୁଳି ଚାଳନାରେ ସୁନୀଲ ଆହତ ହୋଇଛି। ତେବେ ତାର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୁନୀଲ ନାଁରେ ବିଭିନ୍ନ ଥାନାରେ ହତ୍ୟା, ଡକାୟତି ରାହାଜାନି ମାମଲା ରହିଛି। ଗତ ୭ ବର୍ଷ ହେଲା ରାଉରକେଲା ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲା ସୁନୀଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.