Below header

କଟକରେ ତିନି ତିନୋଟି ହତ୍ୟାକାଣ୍ଡ ପରେ ରାତି ସାରା ଚାଲିଲା ପୋଲିସର ନାଇଟ୍‌ ପାଟ୍ରୋଲିଂ

କଟକ(କେନ୍ୟୁଜ୍): କଟକ ସହରରେ ସାଇକୋପାଥ୍‌ କିଲର ଆତଙ୍କ ପରେ ପୋଲିସ ସର୍ଭେଲାନ୍‌ସରେ ସାରା ସହର। ରାତି ସାରା ଚାଲିଥିଲା ପୋଲିସର ନାଇଟ୍‌ ପାଟ୍ରୋଲିଂ। ଫୁଟପାଥ୍‌ରେ ଏକୁଟିଆ ଶୋଉଥିବା ଲୋକଙ୍କୁ ଉଠାଇ ଏକାଠି କରିବା ସହ ସବୁ ଜାଗାକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ପୋଲିସ। ନିଜେ ପୋଲିସ କମିଶନର ଉପସ୍ଥିତ ରହି ସହର ସାରା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ୨୪ ଘଣ୍ଟା ମଧ୍ୟରେ ସହରରେ ଘଟିଥିଲା ତିନି ତିନୋଟି ହତ୍ୟାକାଣ୍ଡ। ସମସ୍ତେ ଥିଲେ ଶ୍ରମିକ ଶ୍ରେଣୀର। ସମସ୍ତଙ୍କ ବେକ ଧାରୁଆ ଅସ୍ତ୍ରରେ କଟାଯିବା ସହ ମୁଣ୍ଡକୁ ପଥରେ ଛେଚି ହତ୍ୟା କରାଯାଇଥିଲା। ଏହାପରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସଜାଗ ହୋଇଉଠିଛି କମିଶନରେଟ୍‌ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.