ପ୍ଲାଷ୍ଟିକ୍‌ ମୁକ୍ତ ହେବ ପୁରୀ ସହର

ପୁରୀ(କେନ୍ୟୁଜ୍): ପ୍ଲାଷ୍ଟିକ୍‌ ମୁକ୍ତ ହେବ ପୁରୀ ସହର । ୨୦୨୦ ରଥଯାତ୍ରା ମଧ୍ୟରେ ସହରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ଜିଲ୍ଲାପାଳଙ୍କ ଆହ୍ଵାନ । ଏଥିପାଇଁ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଥମେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ନୋଟିସ୍‌ ମାଧ୍ୟମରେ ସବୁ ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ଅଣ୍ଡରଟେକିଂ ଦେବା ପାଇଁ ମଧ୍ୟ କୁହାଯାଇଛି । ପ୍ଲାଷ୍ଟିକ୍‌ ଓ ପ୍ଲାଷ୍ଟିକଜାତ ଦ୍ରବ୍ୟ ବ୍ୟବହାର କମାଇବା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ୨୦୧୬ରେ ଏକ ଆଇନ ପ୍ରଣୟନ କରିଛନ୍ତି । ବର୍ତ୍ତମାନ ଏହି ଆଇନକୁ ପୁରୀ ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ ଦପ୍ତରରେ ପ୍ଲାଷ୍ଟିକ୍‌ ଫାଇଲ୍‌ ଓ ବ୍ୟାଗ୍‌ ବଦଳରେ କାଗଜ ଓ କନା ଫାଇଲ୍‌ ବ୍ୟବହାର ହେବ । ଏମିତିକି କୌଣସି ସରକାରୀ ବୈଠକ, ଆଲୋଚନାଚକ୍ରରେ ପ୍ଲାଷ୍ଟିକ୍‌ ଗ୍ଲାସ୍‌, ପଲିଥିନ୍‌ ଆଦି ବ୍ୟବହାର କରାଯିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.