Below header

ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ଏହି କରିତକର୍ମା, ଗିରଫ କଲା EOW

ଓଡିଶାରୁ ୨୦୦ରୁ ଅଧିକ ଲୋକଙ୍କ ଠାରୁ ଠକେଇ କରିଥିବା EOW ତଦନ୍ତରୁ ଜାଣିବାକୁ ପାଇଛି। ଭାରତରେ ୮୦ ହଜାରରୁ ଅଧିକ ଲୋକ କ୍ଳାଉଡ଼ ଫଟ ଆପକୁ ଡାଉନଲୋଡ଼ କରିଛନ୍ତି।ତେବେ ଦେଶ ସାରା ୮୦ହଜାର ରୁ ଅଧିକ ଲୋକ ଠକେଇ ହୋଇ ଥାଇ ପାରନ୍ତି ବୋଲି ଅନୁମାନ କରୁଛି EOW।

ଭୁବନେଶ୍ବର(କେନ୍ୟୁଜ୍): ଫିନାଇଲ ବିକାଳିରୁ କୋଟିପତି। ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ।ଠକ ନୀଲେଶ କରକୁ ଗିରଫ କଲା EOW । କ୍ଳାଉଡ଼ ଫଟ କମ୍ପାନୀର ଜିଲ୍ଲା ମୁଖ୍ୟ କହି ଲୋକଙ୍କୁ ଚୁନା ଲଗାଇଥିଲେ ଠକ। ଠକ ନୀଲେଶ କରକୁ ଗିରଫ କଲା EOW। ବାଲେଶ୍ୱରରୁ ଏହି ଠକକୁ ଗିରଫ କରିଛି EOW। ତା ନିକଟରୁ ନକଲି ଆରବିଆଇ ସାର୍ଟିଫିକେଟ ଓ ନକଲି କାଗଜ ପତ୍ର ଜବତ କରିଛି EOW। ଓଡିଶାରୁ ୨୦୦ରୁ ଅଧିକ ଲୋକଙ୍କ ଠାରୁ ଠକେଇ କରିଥିବା EOW ତଦନ୍ତରୁ ଜାଣିବାକୁ ପାଇଛି। ଭାରତରେ ୮୦ ହଜାରରୁ ଅଧିକ ଲୋକ କ୍ଳାଉଡ଼ ଫଟ ଆପକୁ ଡାଉନଲୋଡ଼ କରିଛନ୍ତି।

ତେବେ ଦେଶ ସାରା ୮୦ହଜାର ରୁ ଅଧିକ ଲୋକ ଠକେଇ ହୋଇ ଥାଇ ପାରନ୍ତି ବୋଲି ଅନୁମାନ କରୁଛି EOW। ଏହି ଠକେଇ ଘଟଣାରେ ମୁଖ୍ୟଅଭିଯୁକ୍ତ କେଉଁଟି ଅଛି ତାକୁ ଖୋଜୁଛି ପୋଲିସ।  ଗତ ୪ଦିନ ତଳେ ବାଲେଶ୍ୱର ମହାମାନ୍ୟ ଜେନା ଠକେଇ ନେଇ EOW ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଅର୍ଥନୈତିକ ଅପରାଧ ଶାଖା।  ଠକେଇ ଘଟଣାରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ନୀଲେଶ କର କୁ 4ଦିନିଆ ରିମାଣ୍ଡ ଆଣି ଖୋଳ ତାଡ଼ କରିବ EOW।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.