Below header

ପୁଣି ସିରିଜ୍ ଦୁର୍ଘଟଣା ଘଟାଇଲା ମୋ ବସ, ଥାନାକୁ ନେଲା ପୋଲିସ

ଆଜି ଅପରାହ୍ନ ସାଢେ ୩ଟା ସମୟରେ ଇଲେକ୍ଟ୍ରୀ ମୋ ବସ୍(ଓଡି-୩୩, ଏଏଫ ୪୧୨୧) ଏକ କଳା ରଙ୍ଗର ଏକ୍ସୟୁଭିକୁ ଧକ୍କାଦେଇଥିଲା। ଯାହା ଫଳରେ ଏକ୍ସୟୁଭି କାରଟି ଏକ ଅଟୋକୁ  ଧକ୍କା ଦେଇଥିଲା।

ଭୁବନେଶ୍ବର(କେନ୍ୟୁଜ୍):ପୁଣି ସିରିଜ୍ ଦୁର୍ଘଟଣା ଘଟାଇଲା ମୋ ବସ। କାରର ପଛକୁ ପିଟିବାରୁ ସିରିଜରେ ଦୁଇଟି ଗାଡ଼ିକୁ ପିଟିହେଲା। ଘଟଣା ଘଟିଛି ଭୁବନେଶ୍ବରର ଫାୟାରଷ୍ଟେସନ ଛକ ନିକଟରେ। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ସାଢେ ୩ଟା ସମୟରେ ଇଲେକ୍ଟ୍ରୀ ମୋ ବସ୍(ଓଡି-୩୩, ଏଏଫ ୪୧୨୧) ଏକ କଳା ରଙ୍ଗର ଏକ୍ସୟୁଭିକୁ ଧକ୍କା ଦେଇଥିଲା। ଯାହା ଫଳରେ ଏକ୍ସୟୁଭି କାରଟି ଏକ ଅଟୋକୁ  ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଏକ୍ସୁଭିର ବଡ଼ ଧରଣର କ୍ଷତି ହୋଇଛି।

କିଛି ସମୟ ପାଇଁ ଫାୟାରଷ୍ଟେସନ ନକିଟରେ ରାସ୍ତା ଜାମ୍ ହୋଇଥିଲା।  ପରେ ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ମୋ ବସକୁ ଥାନାକୁ ନେବା ସହ ରାସ୍ତା ଜାମ୍ ହଟାଇଥିଲା । କିନ୍ତୁ ପୋଲିସ ପାସେଞ୍ଜରଙ୍କ ସହ ମୋ ବସକୁ ଥାନାକୁ ନେଇ ସେଠାରୁ ଅନ୍ୟ ଏକ ମୋ ବସରେ ଗନ୍ତବ୍ୟ ସ୍ଥଳକୁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.