ଦେଶରେ କୋଭିଡ ମାମଲା ଅଭିବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆଲର୍ଟ ରହିବାକୁ ପରାମର୍ଶ

ଦେଶରେ କୋଭିଡି ମାମଲା ବୃଦ୍ଧି ଘଟି ଚାଲିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହଏକ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ର ସର୍ବଦା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ କୋଭିଡ ନେଇ ଗାଇଡଲାଇନ୍ସ ଦେଇ ଆସୁଛି ।

ନୂଆଦିଲ୍ଲୀ : ଦେଶରେ କୋଭିଡି ମାମଲା ବୃଦ୍ଧି ଘଟି ଚାଲିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହଏକ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ର ସର୍ବଦା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ କୋଭିଡ ନେଇ ଗାଇଡଲାଇନ୍ସ ଦେଇ ଆସୁଛି ।

ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସବୁ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି । ଏପ୍ରିଲ ୧୦ ଓ ୧୧ ରେ ସବୁ ରାଜ୍ୟଗୁଡିକ ମକ୍‌ ଡ୍ରିଲ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ପାଇଁ ଆଲର୍ଟ ରହିବା ସହ ମୁକାବିଲା ପାଇଁ ପସ୍ତୁତ ର ହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଗୁରୁବାର ସୁଦ୍ଧା ଭାରତରେ ସଦ୍ୟ କୋଭିଡ ମାମଲା ସର୍ବାଧିକ ୧୯୫ ଦିନ ମଧ୍ୟରେ ୫,୩୩୫ ରହିଥିବା ବେଳେ ସକ୍ରିୟ ମାମଲା ୨୫,୫୮୭ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଡାଟାରୁ ଜଣାପଡିଛି ।

ଦୈନିକ ପଜିଟିଭ ରେଟ୍‌ ଏବେ ୩.୩୨ % ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଦେଶ ଓ ରାଜ୍ୟରେ ବଢ଼ୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ନିକଟରେ ସିକିମ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ନେଇ ପରାମର୍ଶ ଦେଇଛନ୍ତି । ସଦ୍ୟ ଦେଖାଦେଇଥିବା ନୂଆ କରୋନା ଭାଇରସ XBB.1.16 ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.