Below header

ସୁଧା ମୂର୍ତ୍ତିଙ୍କୁ ମିଳିଥିବା ପଦ୍ମ ସମ୍ମାନକୁ ନେଇ ଖୁସି ହେଲେ ଜ୍ୱାଇଁ ଋଷି ସୁନକ, ଜାଣନ୍ତୁ କ’ଣ କହିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ଶାଶୁଙ୍କୁ ମିଳିଥିବା ଭାରତର ସବୁଠାରୁ ବଡ଼ ନାଗରିକ ସମ୍ମାନ ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ବରିଷ୍ଠ ଲେଖିକା ତଥା ସମାଜ ସେବିକା ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି।

ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ଶାଶୁଙ୍କୁ ମିଳିଥିବା ଭାରତର ସବୁଠାରୁ ବଡ଼ ନାଗରିକ ସମ୍ମାନ ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ବରିଷ୍ଠ ଲେଖିକା ତଥା ସମାଜ ସେବିକା ସୁଧା ମୂର୍ତ୍ତିଙ୍କୁ ତାଙ୍କର ସାମାଜିକ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି।

ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁକେ ପିଏମ୍‌ ଋଷି ସୁନକଙ୍କ ପତ୍ନୀ ତଥା ସୁଧା ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି ସୁନକ ମଧ୍ୟ ଉପସ୍ଥିତ ଥିଲେ। ଅକ୍ଷତା ମୂର୍ତ୍ତି ସମ୍ମାନ ସମାରୋହ ସ୍ଥଳର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପ୍ରତିକ୍ରିୟା ଦେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହା ତାଙ୍କ ପାଇଁ ଗର୍ବର ଦିନ ବୋଲି କହିଛନ୍ତି।

ସେପଟେ ନିଜ ମା’ଙ୍କୁ ମିଳିଥିବା ପଦ୍ମ ସମ୍ମାନକୁ ନେଇ ଅକ୍ଷତା ମଧ୍ୟ ଲେଖିଛନ୍ତି କି, ‘ଗତକାଲି ଯେତେବେଳେ ମୁଁ ଦେଖିଲି ଯେ ମୋ ମା’ ସାମାଜିକ କାର୍ଯ୍ୟରେ ନିଜର ଅବଦାନ ପାଇଁ ଭାରତର ରାଷ୍ଟ୍ରପତିଙ୍କଠାରୁ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ କରିଛନ୍ତି, ତ ମୋତେ ବହୁତ ଗର୍ବ ଅନୁଭବ ହୋଇଥିଲା’।

କହି ରଖୁଛୁ, ଦିଲ୍ଲୀରେ ଆୟୋଜିତ ସମ୍ମାନ ସମାରୋହରେ ସୁଧା ମୂର୍ତ୍ତିଙ୍କ ସ୍ୱାମୀ ତଥା ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତି, ପୁଅ ରୋହନ ମୂର୍ତ୍ତି ଏବଂ ଭଉଣୀ ଡ. ସୁନନ୍ଦା କୁଲକର୍ଣ୍ଣି ମଧ୍ୟ ଯୋଗ ଦେଇଥିଲେ। ସମାଜସେବୀ ତଥା ପ୍ରସିଦ୍ଧ ଲେଖିକା ସୁଧା ମୁର୍ତ୍ତି ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଇନଫୋସିସ୍ ଫାଉଣ୍ଡେସନର ଚେୟାରମ୍ୟାନ୍ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.