ଲମ୍ବା ଲମ୍ଫ ମାରୁଛି କରୋନା ଭୂତାଣୁ, ମେ’ରେ ଦେଶରେ ହେବ କରୋନାର ବିସ୍ଫୋରଣ, ଦୈନିକ ୨୦ ହଜାର ସଂକ୍ରମଣ

ଭିଡ଼କୁ ଯାଉଛନ୍ତି କି ? ଗହଳି ସ୍ଥାନରେ ମାସ୍କ ପିନ୍ଧୁ ନାହାନ୍ତି କି ? କରୋନାକୁ କେୟାର କରୁନାହାନ୍ତି କି ? ସାବଧାନ ହୋଇ ଯାଆନ୍ତୁ। ନିଜ ପାଇଁ ନିଜେ ହୁଅନ୍ତୁ ସୁରକ୍ଷା କବଚ। ଆପଣଙ୍କ ବେପରୁଆ ପଣ ଦେଶରେ ଦ୍ୱିତୀୟ ଓ ତୃତୀୟ ଲହର ଭଳି ପରିସ୍ଥିତି ସୃଷ୍ଟି କରିପାରେ।

ନୂଆଦିଲ୍ଲୀ : ଭିଡ଼କୁ ଯାଉଛନ୍ତି କି ? ଗହଳି ସ୍ଥାନରେ ମାସ୍କ ପିନ୍ଧୁ ନାହାନ୍ତି କି ? କରୋନାକୁ କେୟାର କରୁନାହାନ୍ତି କି ? ସାବଧାନ ହୋଇ ଯାଆନ୍ତୁ। ନିଜ ପାଇଁ ନିଜେ ହୁଅନ୍ତୁ ସୁରକ୍ଷା କବଚ। ଆପଣଙ୍କ ବେପରୁଆ ପଣ ଦେଶରେ ଦ୍ୱିତୀୟ ଓ ତୃତୀୟ ଲହର ଭଳି ପରିସ୍ଥିତି ସୃଷ୍ଟି କରିପାରେ। କାରଣ ଟପ ଗିଅରରେ କରୋନା ଭାଇରସ। ଚିନ୍ତା ପ୍ରକଟ କଲାଭଳି ରିପୋର୍ଟ ଆସୁଛି। ପ୍ରତିଦିନ ଲମ୍ବା ଲମ୍ଫ ମାରୁଛି ଭୂତାଣୁ। ଗତ ୨୪ ଘଣ୍ଟାରେ ୬ ହଜାର ୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଯାହା ପୂର୍ବ ଦିନ ଠାରୁ ୧୩ ପ୍ରତିଶତ ଅଧିକ ଅଧିକ। ଗତକାଲି ଏହି ସଂଖ୍ୟା ଥିଲା ୫ ହଜାର ୩୩୫। ଏପ୍ରିଲ ମାସର ପ୍ରଥମ ୩ ଦିନ ୩ ହଜାର ଉପରେ ଥିଲା ଦୈନିକ ସଂକ୍ରମଣ। ୪ ଏପ୍ରିଲରେ ୪ ହଜାର ଟପିଲା। ୫ ଏପ୍ରିଲରେ ୫ ହଜାର ପାର। ଆଜି ୬ ହଜାର ଟପିଛି। ଆଗକୁ ବିସ୍ଫୋରଣ ହେବ। ଆଇଆଇଟି କାନପୁର ବୈଜ୍ଞାନିକ ଏଭଳି ଆଶଂକା କରିଛନ୍ତି।

ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ଵାଲଙ୍କ ମୁତାବିକ ସଂକ୍ରମଣ ଏମିତି ବଢ଼ିଚାଲିଲେ ମେ ବେଳକୁ ପ୍ରତିଦିନ ୨୦ ହଜାର ଲୋକ ସଂକ୍ରମିତ ହେଉଥିବେ। ସଂକ୍ରମଣ ବଢ଼ିବା ସହ ଫେରିଛି କଟକଣା। କିଛି ରାଜ୍ୟ ଟେଷ୍ଟି ବଢ଼ାଇଲେଣି। ଗୁରୁଗ୍ରାମରେ ମାସ୍କ ନପିନ୍ଧି ଗହଳି ସ୍ଥାନକୁ ଗଲେ ଚାଲାଣ କଟିବ। ୫୦୦ ଟଙ୍କା ଫାଇନ । ପୁଡୁଚେରୀ ପ୍ରଶାସନ ମାସ୍କ ବାଧ୍ୟତାମୂଳକ କରିଛି।

ସଂକ୍ରମଣ ବଢ଼ିବା ସହ ଆକ୍ଟିଭ କେସ ବଢ଼ୁଛି। ୨୮ ହଜାର ପାର କଲାଣି ଆକ୍ଟିଭ କେସ୍। ଯଦି ସଂକ୍ରମଣ ଏଭଳି ବଢ଼େ ଏପ୍ରିଲରେ ମାମଲା ୧ ଲକ୍ଷ ଟପିଯିବ। ମୁକାବିଲା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛଡ଼ନ୍ତି ମନସୁଖ ମଣ୍ଡଭିୟ। କୋଭିଡ୍‌ ମୁକାବିଲା ଓ ସତର୍କତା ନେଇ ବୈଠକରେ ଆଲୋଚନା ହୋଇଛି।

ଆସନ୍ତା ୮ ଓ ୯ ତାରିଖରେ ଜିଲ୍ଲା ସ୍ତରରେ ପ୍ରସ୍ତୁତିର ସମୀକ୍ଷା ହେବ। ୧୦ ଓ ୧୧ ତାରିଖରେ ସବୁ ହସ୍ପିଟାଲରେ ମକଡ୍ରିଲ କରିବାକୁ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ। ବୈଠକରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.