Below header

ଭୋଟରମାନଙ୍କ ପାଇଁ ଇଭିଏମ୍/ଭିଭିପ୍ୟାଟ୍ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟରେ ଆଗାମୀ ଦିନରେ ଏକକାଳୀନ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟରଙ୍କୁ ସଚେତନ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଇଭିଏମ୍/ଭିଭିପ୍ୟାଟ୍ର ସଚେତନତା କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆରମ୍ଭ ହୋଇଛି ।

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ଦିନରେ ଏକକାଳୀନ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟରଙ୍କୁ ସଚେତନ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଇଭିଏମ୍/ଭିଭିପ୍ୟାଟ୍ର ସଚେତନତା କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆରମ୍ଭ ହୋଇଛି । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ସଦର ମହକୁମା ଓ ଉପଖଣ୍ଡ ସ୍ତରରେ ଇଭିଏମ୍/ଭିଭିପ୍ୟାଟ ସଚେତନତା କେନ୍ଦ୍ର ଖୋଲାଯାଇଛି ।

ଏହିସବୁ ସଚେତନତା କେନ୍ଦ୍ରକୁ ଭୋଟରମାନେ ବହୁସଂଖ୍ୟାରେ ଆସି ଇଭିଏମ୍/ଭିଭିପ୍ୟାଟ୍ ମେସିନ୍ ଦେଖିବା ସହ ‘ମକ୍ ପୁଲ୍’ରେ ଅଂଶଗ୍ରହଣ କରୁଛନ୍ତି । ବିଶେଷ କରି ନୂତନ ଯୁବଭୋଟରମାନେ ବହୁସଂଖ୍ୟାରେ ଆସି ମକ୍ ପୁଲ୍ରେ ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ନିର୍ବାଚନରେ ଇଭିଏମ୍/ଭିଭିପ୍ୟାଟ୍ ମାଧ୍ୟମରେ ଭୋଟଗ୍ରହଣ କରାଯିବ ।

ଏହାକୁ ନଜରରେ ରଖି ଭୋଟରମାନେ ଏହି ସଚେତନତା କାର୍ଯ୍ୟକ୍ରମ ଦେଖିବା ସହ ‘ମକ୍ ପୁଲ୍’ରେ ଅଂଶଗ୍ରହଣ କରିବା ଦ୍ୱାରା ଆଗାମୀ ନିର୍ବାଚନରେ ସଠିକ୍ ଓ ସହଜରେ ମତଦାନ କରିପାରିବେ । ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଖୋଲାଯାଇଥିବା ଇଭିଏମ୍/ଭିଭିପ୍ୟାଟ୍ ସଚେତନତା କେନ୍ଦ୍ରକୁ ଫେବୃଆରୀ ୧୮ ତାରିଖ ସୁଦ୍ଧା ମୋଟ ୧୨୫୯୯୦ ଜଣ ପରିଦର୍ଶନ କରିଥିବାବେଳେ ୧୧୮୨୪୭ ଜଣ ଭୋଟର ‘ମକ୍ ପୁଲ୍’ରେ ଅଂଶଗ୍ରହଣ କରିଥିଲେ ।

ସେହିପରି ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ବୁଥ୍ ହୋଇଥିବା ସ୍ଥାନରେ ମଧ୍ୟ ମୋବାଇଲ୍ ଇଭିଏମ୍/ଭିଭିପ୍ୟାଟ୍ ଗାଡ଼ି ଉପସ୍ଥିତ ରହି ଭୋଟରମାନଙ୍କୁ ସଚେତନ କରୁଅଛି । ଫେବୃଆରୀ ୧୮ ତାରିଖ ସୁଦ୍ଧା ମୋଟ ୩୦୬୮୮ ଗୋଟି ଭୋଟଗ୍ରହଣ କେନ୍ଦ୍ର ସ୍ଥାନରୁ ୨୬୪୫୪ ଗୋଟି ଭୋଟଗ୍ରହଣ କେନ୍ଦ୍ର ସ୍ଥାନରେ ଇଭିଏମ୍/ଭିଭିପ୍ୟାଟ୍ ସଚେତନତା କାର୍ଯ୍ୟକ୍ରମ ସରିଛି ଓ ଅବଶିଷ୍ଟ ସ୍ଥାନରେ ଚଳିତ ମାସ ଶେଷ ସୁଦ୍ଧା ସଚେତନତା କାର୍ଯ୍ୟକ୍ରମ ଶେଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.