କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କୁ ମିଳିଲା Z ପ୍ଲସ୍ ସୁରକ୍ଷା, ଗୁଇନ୍ଦା ଇନ୍ପୁଟ ଆଧାରରେ ନିଷ୍ପତ୍ତି
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି । ମନ୍ତ୍ରଣାଳୟ ଖରଗେଙ୍କୁ VIP ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି । ମନ୍ତ୍ରଣାଳୟ ଖରଗେଙ୍କୁ VIP ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ କଂଗ୍ରେସ ଅଧ୍ୟକ୍ଷଙ୍କୁ ବର୍ତ୍ତମାନ Z ପ୍ଲସ୍ ସୁରକ୍ଷା ଦିଆଯାଇଛି । କୁହାଯାଉଛି ଯେ ଗୁଇନ୍ଦା ଏଜେନ୍ସି IBର ଥ୍ରେଟ୍ ପରସେପ୍ସନ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ମଲ୍ଲିକାର୍ଜୁନ ଖରଗେଙ୍କ ସୁରକ୍ଷା ବର୍ତ୍ତମାନ ସିଆର୍ପିଏଫ୍ର କମାଣ୍ଡୋ କରିବେ ।
ସୁରକ୍ଷାର ୟେଲୋ ବୁକ୍ ମୁତାବକ, Z ପ୍ଲସ୍ ବର୍ଗରେ ଭିଆଇପିଙ୍କ ଚାରିପାଖରେ କଡ଼ା ସୁରକ୍ଷା ବଳୟ ରହିବ । ୫୮ ଜଣ କମାଣ୍ଡୋ ଏଥିରେ ନିୟୋଜିତ ରହିବେ । ଏହି ବର୍ଗର ସୁରକ୍ଷାରେ ୧୦ ଆର୍ମଡ ଷ୍ଟାଟିକ୍ ଗାର୍ଡ ଏବଂ ୬ PSO ଏକ ସମୟରେ ରାଉଣ୍ଡ ଦ କ୍ଲକ୍ ହେବେ ।
ଏହିପରି ୨୪ ଜଣ ଯବାନ, ୨ ଏସ୍କର୍ଟ ରାଉଣ୍ଡ ଦ କ୍ଲକ୍, ୫ ଓ୍ଵାଚର୍ସ ଦୁଇଟି ସିଫ୍ଟରେ ରହିବେ । ଜଣେ ଇନ୍ସପେକ୍ଟର କିମ୍ବା ସବ୍-ଇନ୍ସପେକ୍ଟର ଇନ୍ଚାର୍ଜ ରୂପେ ମୁତୟନ ହେବେ । ଭିଆଇପିଙ୍କ ଘରକୁ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ୬ ଫ୍ରିସ୍କିଙ୍ଗ୍ ଏବଂ ସ୍କିନିଂ କରିବା ଲୋକ ମୁତୟନ ରହିବେ । ଏହା ସହିତ ସେଠାରେ ୬ ଡ୍ରାଇଭର ରାଉଣ୍ଡ ଦ କ୍ଲକ୍ ହେବେ ।
କହି ରଖୁଛୁ, ସୁରକ୍ଷାର ୟେଲୋ ବୁକ୍ ଆଧାରରେ ଭିଆଇପିଙ୍କୁ Z ପ୍ଲସ୍ ସୁରକ୍ଷା ବ୍ୟତୀତ ଅନ୍ୟ କେତେକ ବର୍ଗର ସୁରକ୍ଷା ମଧ୍ୟ ଦିଆଯାଇଥାଏ । ସେଥିରେ Z ବର୍ଗ, Y ପ୍ଲସ୍ ବର୍ଗ, Y ବର୍ଗ ଏବଂ X ବର୍ଗ ସାମିଲ ରହିଛି ।