ଡିଜେ ପାଇଁ ଘରେ ପଶି ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ନିର୍ଘାତ୍ ମାଡ଼

ଚାଲିଥିଲା ପୂଜା ଭସାଣୀ । ରାତି ଅଧରେ ଡିଜେ ବଜାଇ ନାଚି ନାଚି ଭସାଣୀ କରୁଥିଲେ ଯୁବକ ମାନେ । ହେଲେ ରାତି ଅଧିକ ହେବାରୁ ଡିଜେ ବନ୍ଦ କରିବାକୁ କହିଥିଲେ ଜଣେ ବ୍ୟକ୍ତି । କିନ୍ତୁ ଡିଜେ ବନ୍ଦ କରିବା ପାଇଁ କହିବା ତାଙ୍କୁ ମହଙ୍ଗା ପଡ଼ିଲା । ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ଘରେ ପଶି ମାଡ ମାରି ତାଙ୍କୁ ଗୁରୁତର କଲେ ଏହି ଯୁବକମାନେ । ଏଭଳି ଘଟଣା ଘଟିଛି ଉଦଳା ଥାନା କୁଅଁରପାଳ ଗ୍ରାମରେ।

ଚାଲିଥିଲା ପୂଜା ଭସାଣୀ । ରାତି ଅଧରେ ଡିଜେ ବଜାଇ ନାଚି ନାଚି ଭସାଣୀ କରୁଥିଲେ ଯୁବକ ମାନେ । ହେଲେ ରାତି ଅଧିକ ହେବାରୁ ଡିଜେ ବନ୍ଦ କରିବାକୁ କହିଥିଲେ ଜଣେ ବ୍ୟକ୍ତି । କିନ୍ତୁ ଡିଜେ ବନ୍ଦ କରିବା ପାଇଁ କହିବା ତାଙ୍କୁ ମହଙ୍ଗା ପଡ଼ିଲା । ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ଘରେ ପଶି ମାଡ ମାରି ତାଙ୍କୁ ଗୁରୁତର କଲେ ଏହି ଯୁବକମାନେ । ଏଭଳି ଘଟଣା ଘଟିଛି ଉଦଳା ଥାନା କୁଅଁରପାଳ ଗ୍ରାମରେ।

ତେବେ ବାହାଘର ହେଉ ଅବା ପୂଜା ଭସାଣୀ ଯେକୌଣସି ଉତ୍ସବରେ ଡିଜେ ବାଜିବାଟା ଥୟ । ଡିଜେ ନ ବାଜିଲେ ଯେମିତି ଏହି ବାହାଘର ଉତ୍ସବ ଅସମ୍ପୂର୍ଣ୍ଣ । ଡିଜେ ପ୍ରତି ଯୁବକ ମାନଙ୍କ ଆଗ୍ରହ ଟିକିଏ ଅଧିକା । ସେଥିପାଇଁ ରାସ୍ତାରେ ଭସାଣୀ ନେବା ସମୟରେ ଡିଜେ ସାଉଣ୍ଡ ବଢ଼ାଇ ନାଚି ନାଚି ଭସାଣୀ କରିଥାଆନ୍ତି । କିନ୍ତୁ ଏହି ଭସାଣୀ ସମୟରେ କେତେ ଲୋକ ଯେ ବିରକ୍ତ ଭାବ ପ୍ରକାଶ କରିଥାଆନ୍ତି ସେସବୁକୁ କାହାର ନଥାଏ ଖାତିର୍‌ । କାରଣ ତାଙ୍କ ହିସାବରେ ଡିଜେ ନ ବାଜିଲେ ଭସାଣୀ ଟା ଲାଗେ ଖାଲି ଖାଲି । ତେବେ ଏହି ଡିଜେରେ ନାଚି କିଏ ମଜା ଉଠାଉଥିବା ବେଳେ କିଏ ଏହାକୁ ବାରଣ କରି ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଘଟଣା ଅନେକ ଥର ପୂର୍ବରୁ ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଅଧିକାରୀ ।

ରାତି ପ୍ରାୟ ସାଢେ ୧୦ଟା ସମୟରେ ନୀଳଗିରୀ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ମଙ୍ଗଳବାର ରାତିରେ ଘରେ ଥିବା ବେଳେ ସ୍ଥାନୀୟ ଯୁବକ ଅଧିକ ସାଉଣ୍ଡରେ ଡିଜେ ବଜାଇ ଯାଉଥିଲେ । ଯାହାକୁ ନେଇ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଡିଜେ ବନ୍ଦ କରିବାକୁ କହିଥିଲେ । ଏହାର କିଛି ସମୟ ପରେ ପିସିଆର ଗାଡି ସେଠାରେ ପହଂଚି ଡିଜେ ବନ୍ଦ କରିବା ପରେ ଏହାକୁ ନେଇ ଭସାଣୀରେ ସାମିଲ ଥିବା ଯୁବକମାନେ ରାଗି ଯାଇଥିଲେ ।

ପରେ ଯୁବକମାନେ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବା ସହିତ ତାଙ୍କ ପୁଅକୁ ମଧ୍ୟ ମାଡ ମାରିଥିଲେ । ଏପରିକି ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ପେଲାଠେଲା କରିଥିଲେ । ଅଧିକାରୀ ଜଣକ କଣ ପାଇଁ ପିସିଆରକୁ କଲ୍ କରିଥିଲେ କହି ଯୁବକମାନେ ମାଡ଼ ମାରି ତାଙ୍କୁ ଗୁରୁତର କରିଥିଲେ । ଉଭୟ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.