IPL ୨୦୨୪ର ଖେଳସୂଚୀ ଘୋଷଣା, ଏହି ଦିନ CSK ଏବଂ RCB ମଧ୍ୟରେ ହେବ ଓପନିଂ ମ୍ୟାଚ୍
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ର ଖେଳସୂଚୀ ଆଜି ଘୋଷଣା ହୋଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ଟି ମ୍ୟାଚ୍ର ଖେଳସୂଚୀ ଘୋଷଣା କରାଯାଇଛି ।

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ର ଖେଳସୂଚୀ ଆଜି ଘୋଷଣା ହୋଇଛି । ଦୀର୍ଘ ଦିନରୁ ଏହାକୁ ଅପେକ୍ଷା କରାଯାଇଥିଲା । ଆଇପିଏଲ୍ରେ ପ୍ରଥମ ମ୍ୟାଚ୍ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ( ସିଏସ୍କେ) ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ମଧ୍ୟରେ ହେବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ ।
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ଟି ମ୍ୟାଚ୍ର ଖେଳସୂଚୀ ଘୋଷଣା କରାଯାଇଛି । ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ମ୍ୟାଚ୍ଗୁଡ଼ିକ ଖେଳାଯିବ ।
ଆଇପିଏଲ୍ ୨୦୨୪ର ଓପନିଂ ମ୍ୟାଚ୍ ମାର୍ଚ୍ଚ ୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଆଇପିଏଲ୍ର ଫାଇନାଲ ମୁକାବିଲା ମେ’ ୨୬ରେ ଖେଳାଯିବାର ସମ୍ଭାବନା ରହିଛି । ଆଇପିଏଲ୍ର ଚଳିତ ସିଜନ ମଧ୍ୟ ୨୦୨୩ ସିଜନ ଭଳି ହେବ ।
ଏଥିରେ ୭୪ଟି ମ୍ୟାଚ୍ ଖେଳାଯିବ । କିନ୍ତୁ ଗତ ବର୍ଷ ୬୦ ଦିନ ପରିବର୍ତ୍ତେ ଏଥରର ମ୍ୟାଚ୍ ୬୭ ଦିନ ଧରି ଚାଲିବ । ସାଧାରଣ ନିର୍ବାଚନ ଯୋଗୁ ଆଇପିଏଲ୍ ଖେଳସୂଚୀରେ ଗୋଟିଏ ସପ୍ତାହ ବିସ୍ତାର କରାଯାଇଛି । ୨୦୧୯ରେ ଯେତେବେଳେ ଦେଶରେ ଲୋକସଭା ନିର୍ବାଚନ ହୋଇଥିଲା, ସେତେବେଳେ ମଧ୍ୟ ଏହି ପ୍ରକାରର ତରିକା ଆପଣାଯାଇଥିଲା । ସେହି ସମୟରେ ବି ଆଇପିଏଲ୍ର ସେଡ୍ୟୁଲ୍ ଦୁଇଟି ଭାଗରେ ଆସିଥିଲା ।

ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ ପୂର୍ବରୁ କହିଥିଲେ କି, ମାର୍ଚ୍ଚ ୨୨ରୁ ଆଇପିଏଲ୍ ଆରମ୍ଭ ହେବ ଏବଂ ଏହାର ଖେଳସୂଚୀ ଦୁଇଟି ଭାଗରେ ଆସିବ । ପ୍ରଥମେ ଆଇପିଏଲ୍ର ପ୍ରଥମ ପର୍ଯ୍ୟାୟ ସେଡ୍ୟୁଲ୍ ଘୋଷଣା କରାଯିବ । ଏହାପରେ ସାଧାରଣ ନିର୍ବାଚନର ତାରିଖ ଘୋଷଣା ପରେ ଦ୍ୱିତୀୟ ପର୍ଯ୍ୟାୟ ସେଡ୍ୟୁଲ୍ ଘୋଷଣା ହେବ ।