ମହାକାଶରେ ବଢ଼େ ମଣିଷର ଉଚ୍ଚତା, ଏହା ପଛରେ ରହିଛି ଭିନ୍ନ ରହସ୍ୟ

ମହାକାଶରେ ଛଅ ମାସ ବିତାଇବା ପରେ ମହାକାଶଚାରୀମାନେ ସେମାନଙ୍କର ପ୍ରକୃତ ଉଚ୍ଚତାଠାରୁ ପ୍ରାୟ ତିନି ପ୍ରତିଶତ ଉଚ୍ଚ ହୋଇଯାଇଥିବା ପ୍ରକାଶ କରିଛନ୍ତି । ଏଭଳି କଥାକୁ ପ୍ରଥମେ କେହି ବି ବିଶ୍ୱାସ କରି ପାରିନଥିଲେ । କିନ୍ତୁ ମହାକାଶଚାରୀଙ୍କ ଉଚ୍ଚତା ମାପିବା ପରେ ଏଭଳି କଥା ସାମ୍ନାକୁ ଆସିଥିଲା ।

ରହସ୍ୟରେ ଭରା ଆମ ମହାକାଶ । ଆଜି ବି ଏ ମହାକାଶରେ ଏତେ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ଆମକୁ କିଛି ବି ଜଣା ନାହିଁ । ଯଦି ଆମକୁ କିଛି ଜଣା ଅଛି ତାହା ହେଉଛି ଏ ନୀଳ ଆକାଶ, ସୂର୍ଯ୍ୟ, ଚନ୍ଦ୍ର ଓ ତାରା । କିନ୍ତୁ ମହାକାଶରେ ଅନେକ ମଜାଦାର ଏବଂ ଅଦ୍ଭୁତ ଜିନିଷ ଅଛି ଯାହା ବିଷୟରେ କେବଳ ଅନୁସନ୍ଧାନକାରୀଙ୍କୁ ହିଁ ଜଣା । ସାଧାରଣ ଲୋକମାନେ ମହାକାଶରେ ଲୁଚି ରହିଥିବା ରହସ୍ୟ ବିଷୟରେ କଳ୍ପନା ମଧ୍ୟ କରିପାରନ୍ତିନି, କାହିଁକି ନା ମହାକାଶରେ ଅନେକ ଚମତ୍କାର ରହସ୍ୟ ରହିଛି । କିନ୍ତୁ ସମସ୍ତ ରହସ୍ୟ ମଧ୍ୟରୁ ମହାକାଶରେ ମଣିଷର ଉଚ୍ଚତା ବଢ଼ିଯାଏ ରହସ୍ୟଟି ଭିନ୍ନ । ଏ କଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ପୃଥିବୀରେ ମଣିଷର ଯାହା ବି ଉଚ୍ଚତା ଥାଉ ନା କାହିଁକି ମଣିଷ ମହାକାଶରେ ପହଞ୍ଚିବା ମାତ୍ରେ ତାର ଉଚ୍ଚତା ବଢ଼ିଯାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହସ୍ୟ ରହିଛି ।

ମହାକାଶରେ ଛଅ ମାସ ବିତାଇବା ପରେ ମହାକାଶଚାରୀମାନେ ସେମାନଙ୍କର ପ୍ରକୃତ ଉଚ୍ଚତାଠାରୁ ପ୍ରାୟ ତିନି ପ୍ରତିଶତ ଉଚ୍ଚ ହୋଇଯାଇଥିବା ପ୍ରକାଶ କରିଛନ୍ତି । ଏଭଳି କଥାକୁ ପ୍ରଥମେ କେହି ବି ବିଶ୍ୱାସ କରି ପାରିନଥିଲେ । କିନ୍ତୁ ମହାକାଶଚାରୀଙ୍କ ଉଚ୍ଚତା ମାପିବା ପରେ ଏଭଳି କଥା ସାମ୍ନାକୁ ଆସିଥିଲା । ଏହା ପରେ ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣ ଖୋଜିବାରେ ଲାଗି ପଡ଼ିଥିଲେ । ତେବେ ମହାକାଶରେ ଉଚ୍ଚତା ବୃଦ୍ଧି ପାଇବାର କାରଣ ହେଉଛି ମାଧ୍ୟାକର୍ଷଣ ଶକ୍ତି । ମାଧ୍ୟାକର୍ଷଣ ଶକ୍ତିର କୌଣସି ପ୍ରଭାବ ମହାକାଶରେ ନଥାଏ, ଯେଉଁଥିପାଇଁ ମଣିଷର ଉଚ୍ଚତା ବଢ଼ିଯାଏ । ଏବଂ ବୈଜ୍ଞାନିକମାନେ ପୃଥବୀକୁ ଫେରିବାର କିଛି ମାସ ମଧ୍ୟରେ ତାଙ୍କର ଉଚ୍ଚତା ସ୍ୱାଭାବିକ ସ୍ଥିତିକୁ ଫେରିଆସେ । ଏ ରହସ୍ୟ ବିଷୟରେ ତ ଜାଣିଲେ କିନ୍ତୁ ଉଚ୍ଚତା ରହସ୍ୟ ବ୍ୟତୀତ ମହାକାଶରେ ଆହୁରି ଅନେକ ରହସ୍ୟ ରହିଛି । ତେବେ ଅନ୍ୟ ସମସ୍ତ ରହସ୍ୟ ଉପରେ ଆସନ୍ତୁ ନଜର ପକାଇବା ।

ଯଦି ଆପଣ ମହାକାଶରେ ପାଣି ଫୁଟାଇବେ ତେବେ ଏହା ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ପୃଥିବୀରେ ପାଣି ଫୁଟାଇଲେ ଏଥିରେ ହଜାର ହଜାର ଫୋଟକା ସୃଷ୍ଟି ହେଉଥିବା ଆପଣମାନେ ଦେଖିଥିବେ କିନ୍ତୁ ମହାକାଶରେ ପାଣି ଗରମ କଲେ ଏଥିରୁ କେବଳ ଗୋଟିଏ ବଡ ଫୋଟକା ସୃଷ୍ଟି ହୁଏ । ଏହାର କାରଣ ଖୋଜିବା ପରେ ଜଣା ପଡ଼ିଥିଲା ଯେ ପୃଥିବୀର ମାଧ୍ୟାକର୍ଷଣ ପାଇଁ ଏମିତି ହେଉଛି ।

ସେହିପରି ପ୍ରାୟ ୩୦ ବର୍ଷ ଧରି ଏକ ପରୀକ୍ଷା କରାଯାଇଥିଲା ଯେଉଁଥିରୁ ପ୍ରମାଣିତ ହୋଇଥିଲା ଯେ ଜୀବାଣୁମାନେ ମହାକାଶରେ ଦ୍ରୁତ ଗତିରେ ବଢ଼ନ୍ତି ଏବଂ ପୃଥିବୀରେ ଥିବା ଜୀବାଣୁଙ୍କ ଅପେକ୍ଷା ମହାକାଶର ଜୀବାଣୁ ମାରାତ୍ମକ ହୋଇଥାନ୍ତି । ଏହାକୁ ନେଇ ଲଗାତାର ପରୀକ୍ଷା କରାଯାଉଛି ଏବଂ ଆଶା କରାଯାଉଛି ଏହି ଜୀବାଣୁଙ୍କ ଦ୍ୱାରା ଚିକିତ୍ସା ବିଜ୍ଞାନରେ କିଛି ନୂଆ ହୋଇପାରିବ ।

ଭବିଷ୍ୟତରେ ଯଦି ଆପଣମାନେ ମହାକାଶକୁ ଯିବାକୁ ଚାହୁଁଛନ୍ତି ତେବେ ସୋଢ଼ା କିମ୍ବା କୋକ୍‌ ପିଇବାର ଲୋଭକୁ ଭୁଲି ଯାଆନ୍ତୁ । କାରଣ ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବା ଯୋଗୁଁ ସୋଢ଼ାରେ ଫୋଟକା ହୋଇନଥାଏ ଏବଂ ଏହାକୁ ପିଇବା ପରେ ହାକୁଟି ଆସିନଥାଏ ତେଣୁ ପେଟ ଖରାପ ହେବାର ସମ୍ଭାବନା ଦେଖାଯାଏ । ମହାକାଶଚାରୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆରେ ସ୍ପେସ୍ ବିୟରକୁ ନେଇ ପରୀକ୍ଷା କରାଯାଉଛି ।

ମହାକାଶରେ ଫୁଲର ସୁଗନ୍ଧ ପୂରା ବଦଳିଯିବା ମଧ୍ୟ ଏକ ରହସ୍ୟ । ଏଠାରେ ତାପମାତ୍ରା, ଆର୍ଦ୍ରତା ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଫୁଲର ସୁଗନ୍ଧ ପ୍ରଭାବିତ ହୋଇଥାଏ । ଜାଣିଲେ ତ ମହାକାଶ ବିଷୟରେ ଏହି ରୋଚକ ତଥ୍ୟ । ଏଭଳି ନୂଆ ନୂଆ ମହାକାଶର ରହସ୍ୟ ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.